ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍ ଏକ ଆନ୍ତର୍ଜାତୀୟ ଗ୍ୟାଙ୍ଗ୍ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍ଠାରୁ ୬ କିଲୋଗ୍ରାମ୍ ହେରୋଇନ୍ ଜବତ କରିଛି। ଜବତ ହୋଇଥିବା ହେରୋଇନ୍ର ମୂଲ୍ୟ ଆନୁମାନିକ ୨୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମାମଲାରେ ଜଣେ ବିଦେଶୀ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଏହି ବିଦେଶୀଜଣକ ନାଇଜେରିଆର ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ଚାରିମାସ ପୂର୍ବରୁ ପୁଲିସକୁ ସୂଚନା ମିଳିଥିଲା ଯେ ଉତ୍ତରାଖଣ୍ଡ,ରାଜସ୍ଥାନ,ପଞ୍ଜାବ ଓ ଦିଲ୍ଲୀରେ ଏକ ଆନ୍ତର୍ଜାତୀୟ ନାରକୋଟିକ୍ସ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗର ସଦସ୍ୟମାନେ ରାଜସ୍ଥାନ ଓ ବିଦେଶରୁ ଆସୁଥିବା ଲୋକମାନଙ୍କୁ ବି ହେରୋଇନ୍ ଯୋଗାଇଥାନ୍ତି। ପୁଲିସ ଏହି ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଅବଶେଷରେ ପୁଲିସର ସଫଳତା ମିଳିଥିଲା।
ପୁଲିସକୁ ସୂଚନା ମିଳିଲା ଯେ ପନ୍ନାଲାଲ ଓରଫ ବିନୋଦ ନାମକ ଜଣେ ବ୍ୟକ୍ତି ମଧ୍ୟପ୍ରଦେଶର ମଳସୌରରୁ ବିପୁଳ ମାତ୍ରାରେ ହେରୋଇନ୍ ନେଇ ଆସୁଛି। ସେ ପଶ୍ଚିମ ବିହାରର ଜିଲ୍ଲା ପାର୍କ ପାଖରେ ଥିବା ଜଣେ ନାଇଜେରିଆ ନାଗରିକଙ୍କୁ ଡେଲିଭରି ଦେବ। ଏହାପରେ ପୁଲିସ ଜାଲ୍ ବିଛାଇ ଉଭୟଙ୍କୁ ଗିରଫ କରିଥିଲା।