ଟିକ୍‌-ଟକ୍‌ରେ ଅଧିକ ସମୟ ବିତାଉଥିଲେ ମହିଳା, ସ୍ୱାମୀ ରାଗିବାରୁ ଭିଡିଓ ରେକର୍ଡ କରି ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ : ଭିଡିଓ ସେୟାରିଂ ମ୍ୟୁଜିକାଲ ଆପ୍‌ ଟିକ୍‌-ଟକ୍‌ରେ ଅଧିକ ସମୟ ବିତାଉଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଦୁଃଖଦ ଅନ୍ତ ଘଟିଛି । ମହିଳାଜଣଙ୍କ ଟିକ୍‌ ଟକ୍‌ ବ୍ୟବହାର କରୁଥିବାରୁ ପରିବାର ପ୍ରତି ଧ୍ୟାନ ଦେଉ ନଥିଲେ । ଏହାକୁ ଦେଖି ମହିଳାଙ୍କ ସ୍ୱାମୀ ରାଗିଯିବା ସହ ନିଜ ପତ୍ନୀଙ୍କୁ ଗାଳି କରିଥିଲେ । ସ୍ୱାମୀଙ୍କ ଗାଳିରେ ମହିଳା ଏତେ ମର୍ମାହତ ହେଲେ ଯେ ସେ ଆତ୍ମହତ୍ୟାକୁ ଉଚିତ ବାଟ ବୋଲି ବାଛିନେଲେ । ଘଟଣାଟି ତାମିଲନାଡୁର ଅରିଆଲୁରରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

oneindia.com

ସୂଚନା ମୁତାବକ, ୨୪ବର୍ଷୀୟ ଅନୀତାଙ୍କ ବିବାହ ୨୯ବର୍ଷୀୟ ପଲାନୀବେଲଙ୍କ ସହ ହୋଇଥିଲା । ବିବାହ ପରେ ତାଙ୍କର ୪ବର୍ଷର ଝିଅ ଏବଂ ୨ବର୍ଷର ଏକ ପୁଅ ଥିବା ଜଣା ପଡ଼ିଛି । ବିବାହ ପରେ ପଲାନୀବେଲ ସିଙ୍ଗାପୁର ଚାଲିଯିବା ପରେ ଅଧିକ ସମୟ ପର୍ଯ୍ୟନ୍ତ ଟିକ୍‌ ଟକ୍‌ ଚଳାଇବା ଆରମ୍ଭ କରିଥିଲେ ଅନୀତା । ଏ ମଧ୍ୟରେ ତାଙ୍କ ଝିଅକୁ ଆଘାତ ଲାଗିଥିଲେ ମଧ୍ୟ ଅନୀତା ସେତେ ଧ୍ୟାନ ନ ଦେଇ ଭିଡିଓ ବନାଇବାରେ ଲାଗିଥିଲେ। ଏହା ଦେଖି ଅନୀତାଙ୍କ ଶାଶୁ ଘର ଲୋକେ ପଲାନୀବେଲଙ୍କୁ ଜଣାଇବାରୁ ପଲାନୀବେଲ ଫୋନ କରି ଅନୀତାଙ୍କୁ ରାଗିଥିଲେ । ଗାଳିରେ ମର୍ମାହତ ଅନୀତା  ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ଭିଡିଓ ବନାଇ ସ୍ବାମୀଙ୍କୁ ପିଲାମାନଙ୍କ ଧ୍ୟାନ ରଖିବାକୁ କହିଥିଲେ ଅନୀତା ।

ସମ୍ବନ୍ଧିତ ଖବର