ବେଙ୍ଗାଲୁରୁ: ବେଙ୍ଗାଲୁରୁ କୋଲାର ଗୋଲ୍ଡ ଫିଲ୍ଡସ୍ (କେଜିଏଫ୍)ରେ ବସବାସ କରୁଥିବା ଜଣେ ୨୪ବର୍ଷୀୟ ଯୁବତୀ ନାବାଳକଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ପୁଲିସ ଗିରଫ କରିଛି। ପୁଲିସ ମହିଳାଙ୍କ ବିରୋଧେରେ ପୋକ୍ସୋ ଧାରାରେ ମାମଲା ରୁଜୁ କରିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମକାରୀ ମହିଳା ଓ ପୀଡ଼ିତ ଉଭୟ ଅକ୍ଟୋବର ୨୪ ତାରିଖରୁ ନିଖୋଜ ଥିଲେ। ଦୁଷ୍କର୍ମକାରୀ ମହିଳାଙ୍କ ସ୍ୱାମୀ ଓ ପୀଡିତଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ଅନୁସନ୍ଧାନ କରିଥିଲା। କେଜିଏଫ୍ ବସ୍ ଷ୍ଟାଣ୍ଡ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ସ୍କାନ୍ କରି ପୁଲିସ ଜାଣିବାକୁ ପାଇଲା କି ଦୁହେଁ ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଯାଉଥିବା ବସ୍ରେ ଚଢ଼ିଥିଲେ।
ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଦୁଷ୍କର୍ମକାରୀ ମହିଳାଙ୍କ ସ୍ୱାମୀ ପାଣି ବ୍ୟବସାୟ କରନ୍ତି। ପୁଲିସ ମହିଳାଙ୍କ ଫୋନ୍ କଲ ରେକର୍ଡ କରି ଜାଣିବାକୁ ପାଇଲା ଦୁହେଁ ଦୁଇଦିନ ଅନ୍ତରରେ ରହୁଥିବା ସ୍ଥାନ ପରିବର୍ତ୍ତନ କରୁଛନ୍ତି। ଦୁହେଁ ବିଶାଖାପାଟନାମ୍, ବିଜୟଓ୍ଵାଡା, ନେଲ୍ଲୋର ଓ ମହାବଳିପୁରମ ସମେତ ତାଲିମନାଡୁର ଅନେକ ହୋଟେଲରେ ରାତ୍ରୀଯାପନ କରିଛନ୍ତି। ଶେଷରେ ପୁଲିସ ତାମିଲନାଡୁର ବେଲକନ୍ନୀର ଏକ ହୋଟେଲରୁ ମହିଳାଙ୍କ ସହିତ ପୀଡିତ ନାବାଳକଙ୍କୁ ଗିରଫ କରିଥିଲା।