ମୋଟର୍‌ସାଇକେଲ୍‌ରେ ଲିଫ୍‌ଟ୍‌ ଦେଇ ୨୪ ବର୍ଷୀୟ ଯୁବତୀଙ୍କ ସହ ଦୁଷ୍କର୍ମ କଲେ ତିନି ଯୁବକ

ମୁଜାଫରନଗର: ବୁଦ୍ଧନା ସହରରେ ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି ବୋଲି ରବିବାର ଦିନ ପୁଲିସ କହିଛି।
ଶନିବାର ଦିନ ଯୁବତୀଜଣକ ଗାଁ’କୁ ଫେରିବା ନିମନ୍ତେ ବସ୍‌କୁ ଅପେକ୍ଷା କରିଥିବା ବେଳେ ତିନି ଜଣ ବ୍ୟକ୍ତି ତାଙ୍କୁ ଲିଫ୍‌ଟ୍‌ ଦେଇ ଜଙ୍ଗଲିଆ ଅଞ୍ଚଳକୁ ନେଇଯାଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି ବୁଦ୍ଧନା ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ଜୟ ଭଗବାନ କହିଛନ୍ତି।

ଯୁବତୀଙ୍କ ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଡାକ୍ତରୀ ମାଇନା ପାଇଁ ପୀଡ଼ିତାଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ତିନି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ଫୁଗନ ଗାଁ’ରୁ ସେ ବୁଦ୍ଧନାକୁ ଆସିଥିଲେ। ଫେରିବା ବାଟରେ ତିନି ଜଣ ଲୋକ ତାଙ୍କୁ ମୋଟରସାଇକେଲ୍‌ରେ ଲିଫ୍‌ଟ୍‌ ଦେଇଥିଲେ।

ଜବରଦସ୍ତି ତାଙ୍କୁ ବଣୁଆ ଅଞ୍ଚଳକୁ ନେଇ ଯିବା ପରେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଯଦି ଘଟନା ସମ୍ପର୍କରେ କାହାକୁ କହେ ପରିଣାମ ଭୟାବହ ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ ବୋଲି ଯୁବତୀଜଣକ ଅଭିଯୋଗରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର