ଲକ୍ଷ୍ନୌ: ତ୍ତରପ୍ରଦେଶରେ ଅପରାଧୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ କଡ଼ା ଆଭିମୁଖ୍ୟ ସ୍ୱରୂପ ପୁଲିସ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୬ଟି ଏନ୍କାଉଣ୍ଟର କରିଛି। ଏଥିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଟଳିପଡ଼ିଥିବା ବେଳେ ସେମାନଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା, ଏକେ-୪୭ ରାଇଫଲ, ୩୧୫ ମିମି ବନ୍ଧୁକ, ପିସ୍ତଲ ଏବଂ ବାଇକ୍ ଜବତ ହୋଇଛି। ସେହିପରି ଏହି ଏନ୍କାଉଣ୍ଟରରେ ଅନ୍ୟ ୪ ଜଣ ଅପରାଧୀ ଆହତ ହୋଇଥିବା ବେଳେ ସେମାନଙ୍କ ଗୁଳିରେ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ବିଭିନ୍ନ ଅପରାଧରେ ଜଡ଼ିତ ଥାଇ ଫେରାର୍ ଥିବା ଅପରାଧୀଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ପୁଲିସର ସ୍ୱତନ୍ତ୍ର ଦଳ ଶନିବାର ରାତିରୁ ନୋଏଡ଼ା, ଗାଜିଆବାଦ, ସାହାରଣପୁର ଏବଂ ମୁଜାଫରନଗର ଅଞ୍ଚଳରେ ଚଢ଼ଉ କରିଥିଲା। ନୋଏଡ଼ାରେ ପୁଲିସ ଗୁଳିରେ ଅପରାଧୀ ଶ୍ରାବଣ ଚୌଧୁରୀର ମୃତ୍ୟୁ ହୋଇଥିଲା। ସେହିପରି ସାହାରଣପୁର ଠାରେ ମଧ୍ୟ ପୁଲିସ ଗୁଳିରେ ଅପରାଧୀ ସଲିମ୍ ଟଳିପଡ଼ିଥିଲା। ଉଭୟ ନିହତ ଅପରାଧୀଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା ବୋଲି ପୁଲିସ କହିଛି। ଗତବର୍ଷ ମାର୍ଚ୍ଚ ୧୯ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରଠାରୁ ବର୍ଷକ ଭିତରେ ରାଜ୍ୟରେ ପୁଲିସ ଏନ୍କାଉଣ୍ଟରରେ ମୋଟ ୪୫ ଜଣ ଅପରାଧୀ ନିହତ ହୋଇସାରିଥିବା ଜଣାଯାଇଛି।
୨୪ ଘଣ୍ଟାରେ ୬ ଏନ୍କାଉଣ୍ଟର
ୟୁପିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନିହତ
/sambad/media/post_attachments/wp-content/uploads/2018/03/encounter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)