୨୪ କେଜି ଗଞ୍ଜେଇ ଜବତ, ୨ ଗିରଫ

ଖଣ୍ଡଗିରି: ଆଜି ଖଣ୍ଡଗିରି ଥାନା ପୁଲିସ ୨ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ର ଜିତେନ୍ଦ୍ର ପଲେଇ(୨୭) ଓ ପୁରୁଣା ଭୁବନେଶ୍ୱରର ମହେନ୍ଦ୍ର ଦାସ(୨୮)। ପୁଲିସ ସେମାନଙ୍କଠାରୁ ଏକ ବାଇକ୍‌ ଓ ୨୪ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୨୦ ହଜାର ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି।
ଆଜି ଭୋର୍‌ ସମୟରେ ଅଭିଯୁକ୍ତ ଦ୍ୱୟ ଏକ ବାଇକ୍‌ ଯୋଗେ ଗଞ୍ଜେଇ ନେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଯାଉଥିଲେ। ଖବର ପାଇ ପୁଲିସ ସେମାନଙ୍କୁ ଶିରିପୁର ଛକରେ ଅଟକାଇଥିଲା। ଏମାନେ କୋରାପୁଟରୁ ବସ୍‌ ଯୋଗେ ଗଞ୍ଜେଇ ଆଣି ଏଠାରେ ବେପାର କରୁଥିଲେ।

ସମ୍ବନ୍ଧିତ ଖବର