ଯାଜପୁରଟାଉନ: ଯାଜପୁର ଜିଲ୍ଲା ସଦର ମହକୁମାର କେନ୍ଦ୍ରସ୍ଥଳ ଅମ୍ବିକା ଛକରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଦୁର୍ବୃତ୍ତମାନେ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୂଜା ପୂର୍ବରୁ ଯୋଜନାବଦ୍ଧ ଭାବେ ଏତେ ପରିମାଣ ଟଙ୍କା ଲୁଟି ନେବା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ଖେଳାଇ ଦେଇଛି। ଘଟଣାସ୍ଥଳରେ ଏସପି ଚରଣ ସିଂହ ମୀନାଙ୍କ ସମେତ ପୁଲିସ ଓ ବ୍ୟାଙ୍କ ଅଧିକାରୀମାନେ ପହଞ୍ଚି ତନାଘନା କରିଛନ୍ତି।

Advertisment

ଗତକାଲି ଏହି ଏଟିଏମ କାର୍ଯ୍ୟକ୍ଷମ ଥିଲା। ହେଲେ ଆଜି ସକାଳୁ ଏଟିଏମ ସଟର ଅଧା ଖୋଲା ଥିବା ଏବଂ ଏହାକୁ କେହି ଭାଙ୍ଗି ଦେଇଥିବା ଏଟିଏମ୍‌ ପାଇଁ ଘର ଭଡ଼ା ଦେଇଥିବା ମାଲିକ ଦେଖିବାକୁ ପାଇଥିଲେ। ଏ ନେଇ ଘର ମାଲିକ ଟୋଲ୍ ଫ୍ରି ନମ୍ବରରେ ଫୋନ କରି ସୂଚନା ଦେଇଥିଲେ। ଖବର ପାଇ ଯାଜପୁର ଟାଉନ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ ସମେତ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ କଟା ହୋଇଥିବା ଦେଖିବାକୁ ପାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ଭିତରେ ପଶି ସିସି କ୍ୟାମେରାକୁ ନଷ୍ଟ କରିବା ସହିତ ଏଟିଏମକୁ କାଟି ୨୫ଲକ୍ଷ ଟଙ୍କା ଲୁଟି ନେଇଥିବା ତଦନ୍ତ ରୁ ଜଣାପଡ଼ିଛି।