ଛେନା ବ୍ୟବସାୟୀଙ୍କୁ ଭୁଜାଲି ଦେଖାଇ ୨୫ ହଜାର ଟଙ୍କା ଲୁଟ୍‌

ଧଉଳି: ଧଉଳି ଥାନା ଅନ୍ତର୍ଗତ ଦୟା ବି୍ରଜ ନଦୀବନ୍ଧ ମୁଖ୍ୟ ରାସ୍ତାର କୁକୁଡ଼ାଘାଇପାଟଣା ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ୪ ଜଣ ଦୁର୍ବୃତ୍ତ ଜଣେ ଛେନା ବ୍ୟବସାୟୀଙ୍କୁ ଭୁଜାଲି ଦେଖାଇ ଭୟଭୀତ କରାଇ ତାଙ୍କ ନିକଟରୁ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି । ଏସଂପର୍କରେ ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ରାମଚନ୍ଦ୍ର ବେହେରା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ପୁଲିସ ଗଟଣାସ୍ଥଳରେ ପହଞ୍ଚି ଏହାର ଅନୁସନ୍ଧାନ କରିବା ସହିତ ଏକ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନାନୁଯାୟୀ ରାମଚନ୍ଦ୍ର ପ୍ରତିଦିନ ଭଳି ଗତକାଲି ଭବନେଶ୍ୱରରୁ ବ୍ୟବସାୟ ସାରି ଏହି ନଦୀବନ୍ଧ ରାସ୍ତାରେ ଘରକୁ ଫେରୁଥିଲେ । ହେଲେ ଉପରୋକ୍ତ ୪ ଜଣଯାକ ଦୁର୍ବୃତ୍ତ ପିଛା କରି କୁକୁଡ଼ାଘାଇପାଟଣା ଗ୍ରାମ ନିକଟରେ ତାଙ୍କୁ ଅଟକାଇ ପ୍ୟାଣ୍ଟ ପକେଟ୍‌ରୁ ସବୁ ଟଙ୍କା ଲୁଟିନେଇ ବିପରୀତ ଦିଗ ରାସ୍ତାରେ ଦ୍ରୁତ ବେଗରେ ପଳାଇଥିଲେ ।

ସମ୍ବନ୍ଧିତ ଖବର