ନାବାଳିକାଙ୍କୁ ଦୁଷ୍କର୍ମ କରି ଏଭଳି ଅବସ୍ଥା କରିବା ପରେ ଫେରାର ଥିବା ତାନ୍ତ୍ରିକଙ୍କୁ ଧରି ଆଣିଲେ ମିଳିବ ୨୫ହଜାର ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେରରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ଅଭିଯୁକ୍ତ ଥିବା ତାନ୍ତ୍ରିକ ଲାଲ ବାବା ୧୦ମାସ ହେବ ଫେରାର ରହିଛନ୍ତି। ଅଭିଯୁକ୍ତ ବାବାଙ୍କୁ ଧରିବା ପାଇଁ ପୁଲିସ ଅନେକ ଥର ଚଢ଼ାଉ କରି ବି ଅସଫଳ ରହିଛି। ତେବେ ପୁଲିସ ତାନ୍ତ୍ରିକଙ୍କୁ ଯେକେହି ବି ଧରି ଆଣିଲେ ୨୫ହଜାର ଟଙ୍କାର ଅର୍ଥରାଶି ଘୋଷଣା କରିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ତାନ୍ତ୍ରିକ ଲାଲ ବାବା ୧୦ମାସ ପୂର୍ବରୁ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ତାନ୍ତ୍ରିକ ପୀଡିତାଙ୍କ ଦାଦା ଓ ଖୁଡ଼ିଙ୍କ ଘରକୁ ଆସୁଥିଲେ। ଅଭିଯୋଗ ହୋଇଛି କି ପୀଡିତାଙ୍କ ଖୁଡ଼ି ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଅଚେତ କରି ପକାଉଥିଲେ। ଏହାପରେ ଲାଲବାବା ନାବାଳିକା ସହିତ ଦୁଷ୍କର୍ମ କରୁଥିଲେ।

ଏମିତି କି ନାବାଳିକା ଗର୍ଭବତୀ ନହେବା ପାଇଁ  ଔଷଧ ବି ଦେଉଥିଲେ। ଆଉ ଏ ବିଷୟରେ ନାବାଳିକା କିଛି ଜାଣି ପାରୁ ନଥି‌ଲେ। ବିବାହ ପରେ ଯେତେବେଳେ ପୀଡିତା ଅନ୍ତସତ୍ତ୍ବା ହେଲେ ନାହିଁ, ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଡାକ୍ତର କହିଥିଲେ ପୀଡିତାଙ୍କ ଅନେକ ଥର ଗର୍ଭ ନିଷ୍ଟ କରାଯାଇଛି, ସେଥିପାଇଁ ଏବେ ଗର୍ଭ ରହିବାରେ ଅସୁବିଧା ହେଉଛି।

ଏହାପରେ ପୀଡିତା ନିଜ ସ୍ବାମୀଙ୍କ ସହିତ ଥାନାରେ ପହଞ୍ଚି ଲାଲ ବାବାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ ୧୦ମାସ ହେବ ତାନ୍ତ୍ରିକ ବାବାଙ୍କୁ ଖୋଜିଛୁ। ଆଉ ଯେକେହି ବି ତାନ୍ତ୍ରିକଙ୍କୁ ଖୋଜି ଆଣିବ ତାଙ୍କୁ ୨୫ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ପୁଲିସ ସୂଚିତ କରିଛି।

ସମ୍ବନ୍ଧିତ ଖବର