ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୈଠଣ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ମହାଦେବ ମନ୍ଦିରରେ ଜଣେ ୨୫ ବର୍ଷର ବ୍ୟକ୍ତିଙ୍କ ରକ୍ତଜୁଡ଼ୁବୁଡ଼ା ଅବସ୍ଥାରେ ମୃତଦେହ ମିଳିଥିଲା। ଏହି ଘଟଣାସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ପରିଚୟ ନନ୍ଦୁ ଘୁଙ୍ଗସେ ବୋଲି ଜଣାପଡିଛି। ନନ୍ଦୁ ଘୁଙ୍ଗସେ କାହାରୱାର ଗାଁର ଜଣେ ମତ୍ସ୍ୟଜୀବୀ ଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ନନ୍ଦୁ ଘୁଙ୍ଗସେ ମନ୍ଦିରରେ ପ୍ରଥମେ ତାଙ୍କ ଗଳା କାଟିଥିଲେ। ଏହାପରେ ଶିବଲିଙ୍ଗ ଉପରେ ରକ୍ତ ଚଢ଼ାଇଥିଲେ। ତେବେ ଏହି ଦୃଶ୍ୟ ଦେଖିଥିଲେ ହେଁ କେହି ଉକ୍ତ ମତ୍ସ୍ୟଜୀବୀଙ୍କ ପାଖକୁ ଯାଇ ନଥିଲେ କି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନଥିଲେ। କାରଣ ସେମାନଙ୍କୁ ଭୟ ଥିଲା କି ଉକ୍ତ ଘଟଣାରେ ତାଙ୍କୁ ଦୋଷୀ ବୋଲି ଦାୟୀ କରି ଦିଆ ନଯାଉ।
/sambad/media/post_attachments/wp-content/uploads/2020/12/31-1-380x214.jpg)
ପରେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ନନ୍ଦୁ ଘୁଙ୍ଗସେଙ୍କୁ ଡାକ୍ତରଖାନାକୁ ନେଇଥିଲା । ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ଯେ ପ୍ରଥମେ ଏହି ଘଟଣାକୁ ନେଇ ସାକ୍ଷୀ ଦେବାକୁ କେହି ପ୍ରସ୍ତୁତ ନଥିଲେ। କିନ୍ତୁ ପରେ ଜଣେ ବ୍ୟକ୍ତି ସାହସ ଦେଖାଇ ପୁଲିସକୁ ପୁରା ଘଟଣା ବଖାଣି କହିଥିଲେ। ବର୍ତ୍ତମାନ ପୁଲିସ ଏହି ଘଟଣା ସହ ଜଡିତ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରଖିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଅଘୋରୀ ପ୍ରଥା ଆଧାରରେ ଏଭଳି କଠୋର ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନେକଥର ଦେଖାଯାଏ କିଛି ଲୋକେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୁଲ ପଦକ୍ଷେପ ଉଠାଇ ଦେଇଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/suicide-1588676965.jpg)