ଖଣ୍ଡଗିରି: ପୁଣି ୧୬ ନମ୍ବର ଜାତୀୟ ରାଜପଥରୁ ଧରାପଡ଼ିଛି ଗଞ୍ଜେଇ ଭର୍ତି କାର୍। ବୁଧବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ଆଇଗିଣିଆ ଓଭରବ୍ରିଜ୍ ନିକଟରୁ ଜବତ କରିଥିବା ଏହି କାର୍ରୁ ୨୫ କେଜି ଗଞ୍ଜେଇ ମିଳିଛି। କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଥିବାବେଳେ ଜଣେ ନାବାଳକ ପୁଲିସ ହାତରେ ଧରାପଡ଼ିଛି। ନାବାଳକର ଘର କନ୍ଧମାଳ ଫିରିଙ୍ଗିଆ ଥାନା ଅଞ୍ଚଳରେ। ପୁଲିସ ତାକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି।
ପୁଲସ ସୂଚନାନୁସାରେ ରାତି ପ୍ରାୟ ୨ଟାବେଳେ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଏହି କାର୍(ଓଆର୍-୦୯କ୍ୟୁ-୮୯୪୯)କୁ ଖଣ୍ଡଗିରି ଥାନା ପାଟ୍ରୋଲିଂ ଗାଡ଼ି ସନ୍ଦେହ କରି ଅଟକାଇଥିଲା। ପୁଲିସକୁ ଦେଖି ଡ୍ରାଇଭର ଗାଡ଼ିକୁ ଅଟକାଇବା ସହ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଦୌଡ଼ିଥିଲା। ପୁଲିସ କର୍ମଚାରୀମାନେ ତାକୁ ପିଛା କରିଥିଲେ ବି ସେ ଆଇଗିଣିଆ ଆଳୁଗଦି ଭିତର ଦେଇ ଅନ୍ଧାରରେ ଲୁଚି ଯାଇଥିଲା। ତେବେ କାର୍ ଭିତରେ ଥିବା ନାବାଳକ ଜଣଙ୍କ ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା। ନାବାଳକ ଜଣଙ୍କ ଡ୍ରାଇଭରକୁ ଜାଣିଥିଲେ ବି ଗଞ୍ଜେଇ ବେପାର ବାବଦରେ ଜାଣି ନ ଥିବା କହିଛି। ଡ୍ରାଇଭର ତାକୁ ଭୁବନେଶ୍ୱର ବୁଲିଯିବାକୁ କହି ଡାକି ଆଣିଥିଲା ବୋଲି ସେ କହିଛି। କାର୍ରେ ଗଞ୍ଜେଇ ଭର୍ତି ହୋଇଥିବା ବାବଦରେ ସେ କିଛି ଜାଣିନଥିବା କହିଛି। ତେଣୁ ଚୋରା ଗଞ୍ଜେଇ କେଉଁଠିକୁ ଆସୁଥିଲା, କିଏ ଚାଲାଣ କରୁଥିଲା, ସେ ବାବଦରେ କୌଣସି ତଥ୍ୟ ପୁଲିସ ନାବାଳକଠାରୁ ପାଇନଥିବା ସୂଚନା ଦେଇଛି। ତେ
କାର୍ରୁ ମିଳିଲା ୨୫ କେଜି ଗଞ୍ଜେଇ
ନାବାଳକ ଗିରଫ, ଡ୍ରାଇଭର ଫେରାର୍
/sambad/media/post_attachments/wp-content/uploads/2018/01/arjun-ganja.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)