ପାଟନା: ବିହାରର ସୀତାମଢ଼ି ଜିଲ୍ଲାରେ ୧୮ଟି ଗୁଳି ବିଦ୍ଧ ହୋଇଥିବା ଜଣେ ୨୬ ବର୍ଷିୟ ଯୁବକ ଦୀର୍ଘ ସାତଘଣ୍ଟା ଅସ୍ତ୍ରୋପଚାର ପରେ ମଧ୍ୟ ବଞ୍ଚିଥିବା କଥା ଡାକ୍ତରମାନେ କହିଛନ୍ତି।
ସେ ଲୋକଟିର ନାଁ ପଙ୍କଜ କୁମାର ସିଂହ। ସୀତାମଢ଼ିର ସୁପ୍ପି ଥାନା ଅଞ୍ଚଳର ରାଜପୁର ଗାଁରେ ଶନିବାର ରାତିରେ ଅପରିଚିତ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ପୁଲିସ କହିଛି। ଆକ୍ରମଣକାରୀମାନେ ଖସି ପଳାଇବାରେ ସମର୍ଥ ହୋଇଥିବା ବେଳେ ବାଟୋଇମାନେ ସିଂହଙ୍କୁ ତୁରନ୍ତ ନିକଟବର୍ତ୍ତୀ କ୍ଲିନିକ୍କୁ ନେଇଯାଇଥିଲେ।
ଡାକ୍ତର ବରୁଣ କୁମାର କହନ୍ତି: ସିଂହଙ୍କୁ ନର୍ସିଙ୍ଗ୍ହୋମ୍ ଅଣାଯିବା ସମୟରେ ତାଙ୍କ ଛାତି, ଗୋଡ଼, ହାତ, ପେଟ, ବୃକ୍କ, ପ୍ଲିହା ଓ ଯକୃତ୍ ଗୁଳିବିଦ୍ଧ ହୋଇଥିଲା। ତାଙ୍କର ପଲ୍ସ୍ କମି କମି ଯାଉଥିଲା ଏବଂ ରକ୍ତଚାପ ମଧ୍ୟ କମ୍ ଥିଲା। ଏବେ ତାଙ୍କ ଫୁସ୍ଫୁସ୍ରୁ ରକ୍ତ ରକ୍ତସ୍ରାବ ହେଉଛି।
ସିଂହଙ୍କର ପୂର୍ବଜମାନଙ୍କର ଅପରାଧିକ ପୃଷ୍ଠଭୂମି ଥିବା କଥା ଜଣେ ପୁଲିସ କର୍ମଚାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/bullets.jpg)