ଇମ୍ଫାଲ: କମୁନାହିଁ ଭିଡ଼ ହିଂସା। ଭିଡ଼ ହିଂସା ଉପୁଜିଥିବା ବ୍ୟକ୍ତିଙ୍କ ବିରୋଧରେ ସୁପ୍ରିମ୍କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟ ପ୍ରକାଶ କରିବା ପରେ ବି ଭିଡ଼ ହିଂସା କମିବାର ନାଁ ଧରୁନାହିଁ। ମଣିପୁରରେ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ଚୋର ସନ୍ଦେହ କରି ସ୍ଥାନୀୟ ଲୋକ ଦଳ ହୋଇ ମାଡ଼ ମାରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି। ମଣିପରୁର ଇମ୍ପାଲଠାରେ ୨୬ ବର୍ଷିଅ ଜଣେ ଯୁବକ ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି ବୋଲି ଶନିବାର ଇମ୍ପାଲର ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ସଂପୃକ୍ତ ଥିବା ଜଣେ ହାବିଲ୍ଦାର ସମେତ ୫ ଜଣ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଏହି ଭିଡ଼ ହିଂସାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ ହିଂସାରେ ସାମିଲ୍ ଥିବା ୨ ଜଣ ଅଭିଯୁକ୍ତ ସ୍ଥାନ ଛାଡ଼ି କେଉଁ ଆଡ଼େ ପଳାଇ ଯାଇଛନ୍ତି।
ଗୁରୁବାର ଥୋରଇଜମ୍ ଆବଗଂ ଲେଇକାଇ ଅଞ୍ଚଳରେ ସନ୍ଦିଗ୍ଧ ଯୁବକଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସେମାନେ ଯୁବକକୁ ନେଇ ହସ୍ପିଟାଲ୍ ଯାଉଥିଲେ। କିଛି ସମୟ ପରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିଲା।