ନିଜର ଏହି ଦାବି ପୂରଣ ନହେବାରୁ ସିନ୍ଦୂର ଖାଇ ଆତ୍ମହତ୍ୟା କଲେ ପତ୍ନୀ

ଭଦୋହି: ସ୍ବାମୀ ସହିତ ସୁରଟ ଯିବା ଜିଦ ପୂରଣ ନହେବାରୁ ସିନ୍ଦୂର ଖାଇ ଜଣେ ସ୍ତ୍ରୀ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୁରୟଭା ଥାନା ଅଞ୍ଚଳସ୍ଥ ଦାନପୁର ପଶ୍ଚିମ ପଟ୍ଟି ଗ୍ରାମ ନିବାସୀ ବିକାଶ ବିନ୍ଦଙ୍କ ବିବାହ ତିନି ବର୍ଷ ପୂର୍ବେ ହୋଇଥିଲା। ତାଙ୍କ ପତ୍ନୀଙ୍କ ନାମ ସରସ୍ବତୀ ଦେବୀ(୨୬) ବୋଲି ଜଣାପଡ଼ିଛି।

ବିକାଶ ଗୁଜୁରାଟର ସୁରଟ ଜିଲ୍ଲାରେ ଚାକିରି କରି ଥାଆନ୍ତି। କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ସେ ଘରକୁ ଚାଲି ଆସିଥିଲେ। ନିକଟରେ ବିକାଶ ସୁରାଟ ଫେରି ଯାଇଛନ୍ତି। ତେବେ ସ୍ବାମୀ ବିକାଶ ସହିତ ସ୍ତ୍ରୀ ସ୍ବରସ୍ବତୀ ଯିବାକୁ ଜିଦ ଧରିଥିଲେ। ସ୍ତ୍ରୀ କଥା ନଶୁଣି ଦେଢ଼ବର୍ଷ ଶିଶୁର ଦେଖାଶୁଣା କରିବାକୁ କହି ବିକାଶ ସୁରାଟ ଚାଲି ଯାଇଥିଲେ।

ଏହି କଥା ସ୍ବରସ୍ବତୀଙ୍କୁ ବହୁତ ବାଧିଥିଲା। ସ୍ବାମୀ ତାଙ୍କୁ କାହିଁକି ସୁରାଟ ନେଲେ ନାହିଁ ସେଇ ରାଗରେ ସେ ଘରେ ଥିବା ସିନ୍ଦୂର ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାରଲୋକ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସ୍ବରସ୍ବତୀଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହିତ ଯାଞ୍ଚ ଜାରି ରହିଛି।

ସମ୍ବନ୍ଧିତ ଖବର