ଚନ୍ଦ୍ରଶେଖରପୁର: ରାଜଧାନୀର ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନରେ ଆଡ୍ମିସନ୍ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତକୁ ଇନ୍ଫୋସିଟି ଥାନା ପୁଲିସ ରିମାଣ୍ଡରେ ଆଣିଛି। ସେ ହେଲା, ସୌମ୍ୟକାନ୍ତ ମହାନ୍ତି। ଗତ ସେପ୍ଟେମ୍ବର ମାସରେ ୩ଜଣ ଛାତ୍ରଙ୍କୁ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇ ଦେବାର ଲୋଭ ଦେଖାଇ ସେମାନଙ୍କଠାରୁ ୨୭ ଲକ୍ଷ ଟଙ୍କା ଠକି ନେଇଥିଲା। ଏ ନେଇ ଗଜଲ ଝା ନାମକ ଛାତ୍ର ଇନ୍ଫୋସିଟି ଥାନରେ ଅଭିଯୋଗ କରିଥିଲେ। ତେବେ କ୍ରାଇମବ୍ରାଞ୍ଚ ସୌମ୍ୟକାନ୍ତକୁ ରାଜ୍ୟ ବାହାରୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ତେବେ ତା’ ଦ୍ବାରା ଠକାମିର ଶିକାର ହୋଇଥିବା ଅନ୍ୟ ଛାତ୍ରମାନେ ଏହି ସୂଚନା ପାଇ ଥାନାରେ ଅଭିଯୋଗ କରିଥିଲେ। ତେଣୁ ତାକୁ ଅଧିକ ପଚରାଉଚରା ପାଇଁ ପୁଲିସ୍ କୋର୍ଟରେ ସୌମ୍ୟକାନ୍ତର ରିମାଣ୍ଡ ପାଇଁ ଆବେଦନ କରିଥିଲା। ଆଜି ତାକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯାଉଛି।
ମେଡିକାଲରେ ନାମ ଲେଖାଇବା ନାଁରେ ୨୭ ଲକ୍ଷ ଠକେଇ, ରିମାଣ୍ଡରେ ଆସିଲା ଠକ
/sambad/media/post_attachments/wp-content/uploads/2019/09/fraud-navbharattimes.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)