ସାମାନ୍ୟ ବଚସାରୁ  ସୁପରଭାଇଜରଙ୍କୁ ଲୁହାଛଡରେ ପିଟି ପିଟି ହତ୍ୟାକଲା ଶ୍ରମିକ

ମୁମ୍ବାଇ : ସୁପରଭାଇଜରଙ୍କର କାମରୁ ନିକାଲି ଦେବା ପାଇଁ ତାଗିଦ୍‌ ତାଙ୍କ ପାଇଁ କାଳ ହୋଇଛି । କାମ ଠିକ୍‌ ସେ କରୁନାହଁ ବୋଲି କହିବାରୁ ରେମଣ୍ଡ କମ୍ପାନିରେ ସୁପରଭାଇଜର ଭାବେ କାମ କରୁଥିବା ସିଦ୍ଧାର୍ଥ ମାରାଠେଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଛି । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସିଦ୍ଧାର୍ଥଙ୍କୁ ଡ଼ାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତୁ ଘୋଷଣା କରିଛନ୍ତି । ରେମଣ୍ଡ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କରୁଥିବା  ବାବାସାହେବ ଓ୍ଵାଗ୍‌ମରେ ସୁପରଭାଇଜରଙ୍କୁ ହତ୍ୟା କରିଥିବା ଜଣାପଡ଼ିବା ପରେ  ତାକୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବକ, ଗତ ରବିବାର ରାତିରେ ସିଦ୍ଧାର୍ଥ ଏବଂ ବାବାସାହେବଙ୍କ ମଧ୍ୟରେ କାମକୁ ନେଇ ଝଗଡ଼ା ହୋଇଥିଲା । କାମ ପାଇଁ ଟଙ୍କା ନେଇ ମଧ୍ୟ ତମେ ଠିକ୍‌ ଭାବରେ କାମ କରୁ ନାହଁ ବୋଲି ସିଦ୍ଧାର୍ଥ ବାବାସାହେବଙ୍କୁ କହିଥିଲେ । ଏଥିରେ ରାଗି ଯାଇ ବାବାସାହେବ ତାଙ୍କୁ ଖରାପ ଭାଷାରେ ଗାଳି ଦେବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ସୀମା ବାହାରକୁ ଚାଲି ଯାଇଥିଲା । ଏହା ପରେ ବାବାସାହେବ ନିଜର ଆୟତ୍ତ ହରାଇ ପାଖରେ ପଡ଼ିଥିବା ଏକ ଲୁହା ରଡ଼ରେ ସିଦ୍ଧାର୍ଥଙ୍କ ମୁଣ୍ଡକୁ ଜୋରରେ ପିଟି ଦେଇଥିଲା । ପିଟିବା ପରେ ତାଙ୍କ ମୁଣ୍ଡରୁ ଗଭୀର ରକ୍ତସ୍ରାବ ହେବାରୁ ବାବାସାହେବ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲା । ସୋମବାର ସକାଳେ ଅନ୍ୟ ଶ୍ରମିକମାନେ ଆସି ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ ।

Pixabay

ଘଟଣା ସ୍ଥଳରେ ପହଞ୍ଚି ପୁଲିସ ସିଦ୍ଧାର୍ଥଙ୍କୁ ଡ଼ାକ୍ତରଖାନା ପଠାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଶ୍ରମିକମାନଙ୍କୁ ପଚାରିବା ପରେ ସେମାନେ ଦୁହିଁଙ୍କ ଝଗଡ଼ା ବିଷୟରେ ପୁଲିସକୁ ଜଣାଇଥିଲେ । ଏ ସୂଚନା ପାଇବା ପରେ ପୁଲିସ ବାବାସାହେବଙ୍କୁ ଡ଼ାକି ପଚାରିବା ପରେ ସେ ସବୁ ସତ ମାନି ଯାଇଥିଲା । ସତ ମାନିବା ପରେ ଧାରା ୫୦୨(ହତ୍ୟା ପାଇଁ ଦଣ୍ଡ)ଅନୁଯାୟୀ ବାବାସହେବଙ୍କୁ ପୁଲସ ଗିରଫ କରିଥିବା ଜଣା ପଡ଼ିଛି ।

 

ସମ୍ବନ୍ଧିତ ଖବର