୩ ନାବାଳକ ଚୋର ଗିରଫ ୧୨ ମୋବାଇଲ ଜବତ

ଧଉଳି: ଧଉଳି ଥାନା ପୁଲିସ ଆଜି ୩ ନାବାଳକ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ଟି ଚୋରା ମୋବାଇଲ ଜବତ କରିଛି। କିନ୍ତୁ ପୁଲିସ ଏହି ଗ୍ୟାଙ୍ଗରେ ସଂପୃକ୍ତ ଅନ୍ୟ ୩ଜଣ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିପାରି ନଥିବା ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ଗତ ସପ୍ତାହରେ ସେମାନେ ଧଉଳି ଥାନା ଅଧୀନ ବିଶାଳ ସିଟି ଓ ଅପସନା ଗାର୍ଡେନ ଅଞ୍ଚଳରେ କିଛି ଶ୍ରମଜୀବୀ ପରିବାରଲୋକଙ୍କୁ ଆକ୍ରମଣ କରି ୧୨ହଜାର ଟଙ୍କା ସହ ଦୁଇଟି ମୋବାଇଲ ଲୁଟି ନେଇଥିଲେ। ସେମାନଙ୍କ ମଧ୍ୟରୁ ଏହି ୩ ଜଣଙ୍କୁ ସ୍ଥାନୀୟ ଲୋକମାନେ କାବୁ କରି ଧଉଳି ପୁଲିସର ଜିମା ଦେଇଥିଲେ। ସେମାନଙ୍କ ସୂଚନାକୁ ଆଧାର କରି ପୁଲିସ ଗୁରୁବାର ରାତିରେ ଧଉଳି ଥାନା ଅନ୍ତର୍ଗତ ଡିହପୁର, ରଘୁନାଥପୁର ଓ ନୂଆଗାଁ ଅଞ୍ଚଳରେ ସଦଳବଳେ ଚଢ଼ଉ କରିଥିଲା। ପୁଲିସ ହେପାଜତରେ ଥିବା ନାବାଳକମାନଙ୍କୁ ବ୍ରହ୍ମପୁର ସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର