ଖରିଆର ରୋଡ଼ ରେ ଜୁଆଖେଳ ଉପରେ ଚଢ଼ାଉ, ୩ ଗିରଫ ୪ ବାଇକ ଜବତ

ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜ‌ୋଙ୍କ ପୁଲିସ ଗତ ରାତ୍ରରେ ଏକ ଜୁଆଖେଳ ଉପରେ ଚଢ଼ାଉ କରି ସେଠାରେ ୪ଟି ବାଇକ ୩ଟି ମୋବାଇଲ, ୬୭୮୦ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ଖରିଆର ରୋଡ଼ ଜୋଙ୍କ ପୁଲିସ ଠାରୁ ପ୍ରକାଶ ଯେ ଖରିଆର ରୋଡ଼ ସହରରେ ଜୁଆଖେଳ ଯାଉଥିବା ଖବର ପାଇଁ ଜୋଙ୍କ ପୁଲିସ ଚଢ଼ାଉ କରିଥିଲା। ଜୁଆଖେଲୁଥିବା ଅଭିଯେଗରେ ଖରିଆର ରୋଡ଼ ୱାର୍ଡ ନଂ ୪ ବଜାରପଡ଼ାର ନବିନ ଛତ୍ରୀଆ(୩୨) ୱାର୍ଡ ନଂ ୨ର ମଣ୍ଟୁ ଯାଦବ(୧୯) ଟେକରାମ ଯାଦବ(୨୨) ଙ୍କୁ ଗିରଫ କରିବା ସହ ସେଠାରେ ୪ଟି ବାଇକ , ୩ଟି ମୋବାଇଲ ଫୋନ, ୪୨ ଟି ତାସ, ଓ ୬୭୮୦ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲଣ କରିଥିବା ଜୋଙ୍କ ଥାନା ଅଧିକାରୀ ଅରବିନ୍ଦ ମୁଦୁଲି ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର