ଅବକାରୀ ବିଭାଗର ଚଢ଼ଉ

୩ ଗିରଫ, ୯କେଜି ଗଞ୍ଜେଇ ଓ ୧୮ଶହ ସିଗାରେଟ୍‌ ଜବତ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ରାଜଧାନୀର ଶିଶୁପାଳଗଡ଼, ବିଶ୍ୱେଶ୍ୱରୀ ବସ୍ତି ଓ ସାଲିଆସାହି ଅଞ୍ଚଳରେ ଚାଲିଥିବା ଚୋରା ଗଞ୍ଜେଇ ସିଗାରେଟ୍‌ କାରବାରକୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଠାବ କରିଛି। ଚଢ଼ଉ ପରେ ସେଠାରୁ ୯କେଜି ଗଞ୍ଜେଇ ଓ ୧୮ଶହ ସିଗାରେଟ୍‌ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶିଶୁପାଳଗଡ଼ ଗ୍ୟାରେଜ୍‌ ଛକର ଜିତୁପାଲ ଚାନ୍ଦ(୨୮), ଆଚାର୍ଯ୍ୟବିହାର ବିଶ୍ୱେଶ୍ୱରୀ ବସ୍ତିର ରଙ୍ଗବତୀ ଦାସ(୩୫) ଓ ସାଲିଆସାହି ତାରିଣୀ ବସ୍ତିର ରାଜେନ୍ଦ୍ର ପାଣିଗ୍ରାହୀ(୨୫)। ଦୀର୍ଘ ଦିନ ହେବ ଜିତୁପାଲ, ରଙ୍ଗବତୀ ଓ ରାଜେନ୍ଦ୍ର ରାଜଧାନୀର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ସିଗାରେଟ୍‌ ଚାଲାଣ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଗୁରୁବାର ଅବକାରୀ ବିଭାଗର ଏକ ୭ ଜଣିଆ ଟିମ୍‌ ତିନୋଟି ସ୍ଥାନରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର