ପୂଜା ଚାନ୍ଦା ପାଇଁ ଦୋକାନ ପୋଡ଼ି, ୩ ଗିରଫ

ଖଣ୍ଡଗିରି: ଗଣେଶ ପୂଜା ଚାନ୍ଦା ନ ମିଳିବାରୁ ଜଣେ ମହିଳାଙ୍କ ଦୋକାନକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ କୋଳଥିଆ ଅଞ୍ଚଳର ସନ୍ତୋଷ ବଳ, ଶିବ ନାଏକ ଓ ରାଧେଶ୍ୟାମ ନାଏକ। ପୁଲିସ ସୂଚନାନୁସାରେ ଆମ୍ରି ହସ୍ପିଟାଲ ନିକଟରେ ଶରଧାପଲ୍ଲୀ ବସ୍ତିର ସରୋଜିନୀ ସାହୁ ଜଳଖିଆ ଦୋକାନ କରିଥିଲେ। ପୂଜା ଚାନ୍ଦା ବାବଦରେ ହଜାରେ ଟଙ୍କା ‌ଦେବା ପାଇଁ ତାଙ୍କୁ ଅଭିଯୁକ୍ତମାନେ କହିଥିଲେ। ମାତ୍ର ୫ ଶହ ଟଙ୍କାରୁ ଅଧିକ ଦେଇପାରିବେ ନାହିଁ ‌ବୋଲି ଶ୍ରୀମତୀ ସାହୁ କହିଥିଲେ। ଗତ ୩୧ ତାରିଖ ରାତିରେ ତାଙ୍କ ଦୋକାନକୁ କେହି ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଏ ନେଇ ସରୋଜିନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତରୁ ଅଭିଯୁକ୍ତମାନେ ହିଁ ରାଗରେ ଏହି କାଣ୍ଡ କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର