ବାଲିପାଟଣା: ବକେୟା ଟଙ୍କା ମାଗିବାରୁ ଜଣେ କୁକୁଡ଼ା ଫାର୍ମ କର୍ମଚାରୀଙ୍କୁ ତିନିଜଣ ଯୁବକ ମାଡ଼ ମାରିଛନ୍ତି। ଏନେଇ କର୍ମଚାରୀ ଜଣକ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ. ୧୩୯/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ, ଆଇତଳଙ୍କ କାଣ୍ଡୁରି ବିଲି ଗ୍ରାମର ସୋବନୀ ଭୋଇ ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ସେ ଇମତାଜ ଖାଁଙ୍କୁ ବକେୟା ଟଙ୍କା ମାଗିବାରୁ ଇମ୍ତାଜ ତାଙ୍କ ସମ୍ପର୍କୀୟ ଏସକେ ନରସିଂ ଖାଁ, ଏସକେ ଫାରୁଦିନ ଖାଁଙ୍କ ସହ ମିଶି ସୋବନୀଙ୍କୁ ମାଡ଼ ମାରିଥିଲେ।
ବକେୟା ଟଙ୍କା ମାଗିବାରୁ କୁକୁଡ଼ା ଫାର୍ମ କର୍ମଚାରୀଙ୍କୁ ମାଡ଼, ୩ ଗିରଫ
/sambad/media/post_attachments/wp-content/uploads/2019/06/arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)