ଖଣ୍ଡଗିରି: କଳିଙ୍ଗନଗର କେ-୮ସ୍ଥିତ ଏକ ଟେଣ୍ଟ ହାଉସ୍ରୁ ଚୋରି କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଶନିବାର ୩ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ଭରତପୁରର ରଞ୍ଜନ ମହାନ୍ତି(୨୮), ପ୍ରଦୀପ ମହାନ୍ତି(୨୮) ଓ ଚୋରି ସାମଗ୍ରୀ କିଣିଥିବା କବାଡ଼ିଆ ହରିଶଙ୍କର ଗୁପ୍ତା। ସୂଚନାନୁସାରେ, କଳିଙ୍ଗନଗର କେ-୮ରେ ଶିବଦତ୍ତ ମହାପାତ୍ରଙ୍କର ଏକ ଟେଣ୍ଟ ହାଉସ୍ ରହିଛି। ଗତ ୮ତାରିଖ ରାତିରେ କେହି ଦୁର୍ବୃତ୍ତ ଉକ୍ତ ଟେଣ୍ଟ ହାଉସ୍ରୁ ପ୍ରାୟ ୫୦ ହଜାର ଟଙ୍କା ମୂଲ୍ୟର ଲୁହା ପ୍ଲେଟ୍ ଓ ଆଙ୍ଗଲ୍ ଚୋରି କରିନେଇଥିଲେ। ପରଦିନ ଶ୍ରୀ ମହାପାତ୍ର ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନ୍ଭିନ୍ କରିଥିଲା। ପରେ ଭରତପୁରସ୍ଥିତ ଶିବଶଙ୍କର ଗୁପ୍ତାଙ୍କ କବାଡ଼ିଖାନାରେ ଉକ୍ତ ସମସ୍ତ ଚୋରି ଜିନିଷ ଠାବ କରାଯାଇଥିଲା। କବାଡ଼ିଆ ଶିବ ଗୁପ୍ତାଙ୍କ ସୂଚନାନୁସାରେ ପୁଲିସ ରଞ୍ଜନ ଓ ପ୍ରଦୀପକୁ ଗିରଫ କରିଥିଲା।