ବାଲିଅନ୍ତା: ଲକ୍ଷାଧିକ ଟଙ୍କାର ଟେଲିଫୋନ୍ କେବୁଲ୍ ଲୁଟ୍ ମାମଲାରେ ବାଲିଅନ୍ତା ଥାନା ପୁଲିସ୍ ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ପିଙ୍ଗଳ ଥାନା ଅଧୀନ ମାଳିଗ୍ରାମର ମଦନ ମଲ୍ଲିକ (୨୫), ଅବଦୁଲ ହୁସେନ୍(୨୬) ଓ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା କଡ଼ାପଦା ଗ୍ରାମର ଚିଣ୍ଟୁ ବେହେରା ଓରଫ ରାକେଶ(୨୭)। କୋର୍ଟରେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନା ମୁତାବକ, ୧୮ତାରିଖ ବିଳମ୍ବିତ ରାତିରେ ମଦନ, ଅବଦୁଲ ଓ ଚିଣ୍ଟୁ ବାଲିଅନ୍ତା ସାଇଫନ୍ସ୍ଥିତ ଟେଲିଫୋନ୍ ଟାୱାରରୁ ଲକ୍ଷାଧିକ ଟଙ୍କାର ବ୍ୟାଟେରି, ଯନ୍ତ୍ରାଂଶ ଓ ବିଭିନ୍ନ ସାମଗ୍ରୀ ଟାଟା ଏସ୍ରେ ଲୁଟି ନେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଥିଲେ। ପରେ ସେମାନଙ୍କୁ ବାଲିଅନ୍ତା ଥାନା ପୁଲିସ ଜିମା ଦିଆଯାଇଥିଲା।