ମଦ ବ୍ୟବସାୟକୁ କେନ୍ଦ୍ର କରି ଆକ୍ରମଣ, ୩ ଗିରଫ

ବାରଙ୍ଗ: ବେଆଇନ ମଦ ବ୍ୟବସାୟକୁ କେନ୍ଦ୍ର କରି ଜଣେ ମହିଳାଙ୍କ ପରିବାରକୁ ମାଡ଼ ମାରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଛାତବର ପଞ୍ଚାୟତ ଅନ୍ତର୍ଗତ ବିଞ୍ଛଗିରିର ସଂଜୟ ଦେଉରି, ରଂଜନ ଦେଉରି ଓ ବିଜୟ ଦେଉରି। ପୁଲିସ ସୂଚନା ଅନୁଯାୟୀ, ଏହି ୩ଜଣ ବେଆଇନ ମଦ କାରବାର ଅଭିଯୋଗରେ ପୂର୍ବରୁ ଜେଲ୍‌ ଯାଇ ଜାମିନ୍‌ରେ ଫେରଥିଲେ। ତେବେ ବେଆଇନ କାରବାର ସଂପର୍କରେ ପୁଲିସକୁ ସୂଚନା ଦେଉଥିବା ଅଭିଯୋଗରେ ଏହି ଅଭିଯୁକ୍ତମାନେ ଗ୍ରାମର କଲ୍ୟାଣୀ ନାଏକଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ମାରପିଟ୍‌ କରିଥିଲେ। ଏନେଇ କଲ୍ୟାଣୀ ଚନ୍ଦକା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର