ଖଣ୍ଡଗିରି : ମହିଳାଙ୍କୁ ମାଡ଼ ମାରି ୩ ଗିରଫ

ଖଣ୍ଡଗିରି : ନିଜ ସାହିର ଜଣେ ମହିଳାଙ୍କୁ ମାଡ଼ ମାରି ନାକ ଫଟାଇ ଦେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଭରତପୁର ଲେନ୍‌-୪ର ଚିତ୍ତରଂଜନ ଦାସ(୨୦), ରୋହିତ କୁମାର ଦାସ(୨୦) ଓ ରାଜା ଦାସ(୨୪)। ଗତକାଲି ଅପରାହ୍‌ଣରେ ନାରାୟଣ ବେହେରା ଓ ତାଙ୍କ ବିବାହିତା ଝିଅ ନୟନା ନିଜ ଦାଣ୍ଡ ପିଣ୍ଡାରେ ବସିଥିଲେ। ସେହି ସମୟରେ ଅଭିଯୁକ୍ତମାନେ ଏକ ବାଇକ୍‌ରେ ଦ୍ରୁତବେଗରେ ବାରମ୍ବାର ଯା’ ଆସ କରିଥିଲେ। ଫଳରେ ପ୍ରଚୁର ଧୂଳି ଉଡ଼ିଥିଲା। ବିନା କାରଣରେ ସାହି ଭିତରେ ଏତେ ଜୋର୍‌ରେ ବାଇକ୍‌ ଚଳାଇବାକୁ ନେଇ ନୟନା ସେମାନଙ୍କୁ ବାରଣ କରିଥିଲେ। ଜଣେ ବଡ଼ ଭଉଣୀ ହିସାବରେ ହିଁ ସେ ଅଭିଯୁକ୍ତମାନଙ୍କୁ ବାରଣ କରିଥିଲେ। ମାତ୍ର ଅଭିଯୁକ୍ତମାନେ ତାଙ୍କୁ ପାଲଟା ଗାଳିଗୁଲଜ କରିଥିଲେ। ଫଳରେ ନାରାୟଣ ପ୍ରତିବାଦ କରିଥିଲେ ଓ ଏଥିରୁ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଅଭିଯୁକ୍ତମାନଙ୍କ ଆକ୍ରମଣରେ ନୟନାଙ୍କ ନାକ ଫାଟି ଯାଇଥିଲା ଓ ବାପା ନାରାୟଣ ମଧ୍ୟ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର