ଡିଜେ ଗାଡ଼ିରୁ ବ୍ୟାଟେରି ଚୋରି, ୩ ଗିରଫ

ଅଟୋଚାଳକକୁ ମାଡ଼ ମାରି ୨ ଗିରଫ

ଭୁବନେଶ୍ୱର : ଡିଜେ ଗାଡ଼ିରୁ ବ୍ୟାଟେରି ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଆଖଣ୍ଡଳମଣୀ ବସ୍ତିର ରାଜେଶ ନାୟକ, ବାଜପେଇ ନଗରବସ୍ତିର ସୁରେଶ ସାହୁ ଓ ଧୀରୁକୁଟି ବସ୍ତିର ସନ୍ତୋଷ ସାହୁ। ଗୁରୁବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୯ତାରିଖ ଦିନ ଖାରବେଳନଗର ଅଞ୍ଚଳରୁ ଏକ ଡିଜେ ଗାଡ଼ିରୁ ବ୍ୟାଟେରି ଚୋରି ହୋଇଥିଲା। ଏ ନେଇ ଗାଡ଼ି ମାଲିକ ସୀମାଞ୍ଚଳ ସାହୁ ଥାନାରେ ଅଭିଯୋଗ କରିଥିଲେ।

ଅଟୋଚାଳକକୁ ମାଡ଼ ମାରି ୨ ଗିରଫ
ଭୁବନେଶ୍ୱର : ଏକ ଯାତ୍ରୀବାହୀ ଅଟୋ ଭାଙ୍ଗିବା ଓ ଚାଳକକୁ ମାଡ଼ ମାରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ମଞ୍ଚେଶ୍ୱର ଅଞ୍ଚଳର ସନନ୍ତ ଭଦ୍ର ଦାସ ଓ ଦେବୀ ପ୍ରସାଦ ବରଦାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତକାଲି ଆଚାର୍ଯ୍ୟବିହାର ଛକରେ ଏକ ଅଟୋକୁ ଅଟକାଇ ଏମାନେ ଚାଳକ ରଘୁନାଥ ସ୍ୱାଇଁକୁ ମାଡ଼ ମାରିଥିଲେ ଓ ଗାଡ଼ି ଭାଙ୍ଗି ଥିଲେ। ଦାଦାବଟି ଆଦାୟକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଏଭଳି କାଣ୍ଡ କରିଥିବା କୁହାଯାଉଛି।

କାର୍‌ କାଚ ଭାଙ୍ଗି ଲ୍ୟାପ୍‌ଟପ୍‌ ନେଇଗଲେ
ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ବାପୁଜୀନଗରରେ ଏକ କାର୍‌ କାଚ ଭାଙ୍ଗି ଦୁର୍ବୃତ୍ତ ଲ୍ୟାପ୍‌ଟପ୍‌ ସହ ନଗଦ ଟଙ୍କା ନେଇ ଯାଇଛନ୍ତି। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ। ସୂଚନାଯୋଗ୍ୟ, ଯାଜପୁର ବରୀର ରାଜେଶ ଖାନ ଆଜି ସନ୍ଧ୍ୟାରେ ତାଙ୍କ ପୁଅ ପାଇଁ ମୋବାଇଲ କିଣିବାକୁ ବାପୁଜୀନଗର ଆସିଥିଲେ। କାର କିଛି ଦୂରରେ ପାର୍କ କରି ମୋବାଇଲ ଦୋକାନ ଯାଇଥିଲେ। ପ୍ରାୟ ୧ ଘଣ୍ଟା ପରେ ଆସି କାର କାଚ ଭାଙ୍ଗିଥିବା ଦେଖିଥିଲେ।

ସମ୍ବନ୍ଧିତ ଖବର