ମାରପିଟ୍‌ ଘଟଣା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ କେତେକ ମାରଣାସ୍ତ୍ର ଜବତ ହୋଇଛି। ସେମାନେ ‌ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ପ୍ରଫୁଲ୍ଲ କୁମାର ମହାରଣା(୫୨), ତାଙ୍କ ପୁଅ କୁମାର ମହାରଣା(୨୪) ଓ ଇଟାମାଟି ଅଞ୍ଚଳର ବିଜୟ ମହାରଣା(୫୬)। ସେମାନେ ଏଠାରେ ସାଲିଆସାହି ଆଦିବାସୀ ଗାଁରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ସାଗର ଶତପଥୀ ଓ ବାରିସିଂ ଆଙ୍ଗରିଆଙ୍କ ସହ କୁମାରର ଶତ୍ରୁତା ଲାଗି ରହିଥିଲା। କୌଣସି କାରଣକୁ ନେଇ ଗତ ୧୫ଦିନ ତଳେ ସାଗର ଓ ବାରିସିଂଙ୍କ ସହ କୁମାରର ଗଣ୍ଡଗୋଳ ହୋଇଥିଲା। ଗତ ୨୨ତାରିଖ ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ସାଗର, ବାରିସିଂ ଓ ସେମାନଙ୍କ ଜଣେ ସହଯୋଗୀ ଆଦିବାସୀ ଗାଁ ମଣ୍ଡପରେ ବସିଥିଲେ। ଏହି ସମୟରେ କୁମାର, ପ୍ରଫୁଲ୍ଲ ଓ ବିଜୟ ଏକାଠି ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଞ୍ଚଳର ଯୋଗେନ୍ଦ୍ର ପାତ୍ର ସେମାନଙ୍କୁ ଅଟକାଇବା ପାଇଁ ଯିବା ବେଳକୁ ଆକ୍ରମଣକାରୀ ତାଙ୍କୁ ମଧ୍ୟ ପିଟିଥିଲେ। ଫଳରେ ସାଗର, ବାରିସଂ ଓ ଯୋଗେନ୍ଦ୍ର ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର