ନୂଆପଡ଼ା: ବୋଡ଼େନ ପୁଲିସ ରବିବାର ପୁଣି ୬ ଜଣ ଦାଦନ ଶ୍ରମିକ ଚାଳଣ ହୋଇଥିବା ବେଲେ ଉଦ୍ଧାର କରିଥିବା ସହ ଘଟଣାସ୍ଥଳରୁ ୨ ଜଣ ଶ୍ରମିକ ଦଲାଲ (ଏଜେଣ୍ଟ) ସହ ଗାଡି ଚାଲକଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଠାରୁ ପ୍ରକାଶ। ପୁଲିସ ସୂଚନା ଅନୁଯାଇ ଆଜି ବୋଡେନ ଥାନା କେସରାଜପୁର ଠାରୁ ହାଇନ୍ଦ୍ରବାଦ ଯାଉଥିବା ବେଲେ ବୋଡ଼େନ ପୁଲିସ କୌଣସି ସୂତ୍ରରୁ ଖବର ପାଇଁ କେସରାଜପୁର ଶ୍ରମିକ ଥିବା ସ୍ଥାନ ଉପରେ ଚଢାଉ କରି ସେଠାରୁ ୬ ଜଣ ଶ୍ରମିକ ୪ ପୁରୁଷ ଓ ୨ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ୨ ଜଣ ଶ୍ରମିକ ଦଲାଲ (ଏଜେଣ୍ଟ) ବଲାଙ୍ଗୀର ଜିଲ୍ଲା ବୋମମୁଣ୍ଡା ରାକେଶ କୈବର୍ତ୍ତ, ଯାଦବ ମାଝି, ଗାଡି ଚାଲକ କୁମୁରାବନ୍ଧ ମୋକେଶ ଛୁରାଙ୍କୁ ପୁଲିସ ଗିରଫ କରିଥିବା ବେଲେ ଓଡି୦୩ କେ ୨୩୯୬ ଏକ ଗାଡିକୁ ଜବତ କରାଯାଇଛି ବୋଲି ବୋଡ଼େନ ଥାନା ଅଧିକାରୀ ଶୋଭାକର ସେଠ ଠାରୁ ପ୍ରକାଶ।
ପୁଣି ୬ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ସହ ୩ ଗିରଫ
/sambad/media/post_attachments/wp-content/uploads/2020/12/3243b314-4adf-48ea-ad31-baef87e4b4ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)