ରାଉରକେଲା: ସାମାନ୍ୟ ବଚସାରୁ ଚାଲିଗଲା ପରିବାରର ତିନି ଜୀବନ

ରାଉରକେଲା /କୋଇଡା: ସାମାନ୍ୟ ବଚସାରୁ ଗୋଟିର ପରିବାରରେ ଚାଲି ଯାଇଛି ତିନି ଜୀବନ l ଏମିତି ଛାତି ଥରା ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ l କୋଇଡା ମସଜିଦ ଗଳିରେ ଜଗତସିଂହପୁର ଜିଲ୍ଲାର ଏକ ପରିବାର ସ୍ୱାମୀ , ସ୍ତ୍ରୀ ଓ ତିନି ବର୍ଷର କୁନି ଝିଅ ଦୀର୍ଘ ତିନି ବର୍ଷ ଧରି ଭଡା ଘରେ ରହି ଆସୁଥିଲେ । ସ୍ୱାମୀ ପ୍ରହଲ୍ଲାଦ ସାହାଣୀ ଓ ସ୍ତ୍ରୀ ରଞ୍ଜିତା ସାହାଣୀଙ୍କ ମଧ୍ୟରେ ମଙ୍ଗଳବାର ରାତ୍ରି ସମୟରେ କୌଣସି ଏକ ବଚସା ହୋଇଥିଲା, ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ଘର ମାଲିକ ଭଡାରେ ରହୁଥିବା ପ୍ରହଲ୍ଲାଦଙ୍କ ନାମରେ ଥାନାରେ ଅଭିଯୋଗ କରିବା ପରେ ପ୍ରହଲ୍ଲାଦ ବୁଧବାର ସକାଳ ସମୟରୁ କେଉଁ ଆଡେ ଚାଲି ଯାଇଥିଲେ । ଆଜି ସକାଳେ ଘର କବାଟ ନଖୋଲିବାରୁ ପଡୋଶୀ ସନ୍ଦେହ କରି ପ୍ରଥମେ ପୁଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପୁଲିସ ଓ ସ୍ଥାନୀୟ ତହସିଲଦାର ପହଁଚି ମା ଏବଂ ତିନି ବର୍ଷର ଝିଅର ଶବକୁ ଜବତ କରି ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି ବୁଧବାର ମଧ୍ୟରାତ୍ରରେ ରଞ୍ଜିତା ଆତ୍ମହତ୍ୟାର କାରଣ ଓଡ଼ିଆ ଅକ୍ଷରରେ ଏକ ଆତ୍ମହତ୍ୟା ନୋଟ ଲେଖି ଛାଡି ଯାଇଥିବା ପାଖରେ ପଡିଥିବା ଏକ ଲେଖାରୁ ଅନୁମାନ ହେଉଛି । ଯେଉଁଥିରେ ଲେଖା ଅଛି ଆମ ପରିବାର ମୃତ୍ୟୁ ପାଇଁ ଘର ମାଲିକ ଦାୟୀ।

ପ୍ରଥମେ ତିନି ବର୍ଷର ଝିଅକୁ ମାରିବା ପରେ ନିଜେ ରଞ୍ଜିତା ଶାଢ଼ି ଏବଂ ଫ୍ୟାନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି l ଅନ୍ୟପଟେ ନିଖୋଜ ସ୍ୱାମୀଙ୍କ ଝୁଲନ୍ତା ଶବ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ନିକଟସ୍ଥ ଏକ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି । କୋଇଡା ଓ ବଡ଼ବିଲ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଲାଇଛନ୍ତି l

ସମ୍ବନ୍ଧିତ ଖବର