ହରିଆଣା: ଜଣେ ମହିଳାଙ୍କୁ ପୁଲିସ୍ ପିଟୁଥିବା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଘୂରିବା ପରେ ୩ ଜଣ ହରିଆଣା ପୁଲିସ୍ଙ୍କୁ ବହିଷ୍କାର କରି ଯାଅଯାଇଛି। ଏହା ବ୍ୟତୀତ ହରିଆଣା ପୁଲିସ୍ ପକ୍ଷରୁ ଦୁଇ କନଷ୍ଟେବଲ୍ଙ୍କୁ ନିଲମ୍ବିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବହିଷ୍କୃତ ହୋଇଥିବା ୩ ଜଣ ପୁଳିସ୍ ହେଉଛନ୍ତି କ୍ରିଷ୍ଣା, ହରପଲ୍ ଏବଂ ଦିନେଶ।
ଫରିଦାବାଦ୍ ପୁଲିସ୍ କମିସନର ସଞ୍ଜୟ କୁମାର ହେଡ୍ କନ୍ଷ୍ଟେବଲ୍ ବଳଦେବ ଏବଂ ରୋହିତଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନେ ସମସ୍ତଙ୍କ ବିରୋଧରେ ଫରିଦାବାଦ୍ ପୁଲିସ୍ ଷ୍ଟେସନ୍ରେ ମାମଲା ରୁଜ୍ଜୁ ହୋଇଛି।
ଜାଣିବାକୁ ମିଳିଛି ଯେ ଘଟଣାଟି ଗତବର୍ଷ ଅକ୍ଟୋବର ମାସର। ମାତ୍ର ସେ ସମୟରେ ପୀଡ଼ିତା ଏ ସଂପର୍କରେ ପୁଲିସ୍ରେ କୌଣସି ଅଭିଯୋଗ ଆଣିନଥିଲେ।
ଭିଡିଓଟି ମାତ୍ର ୨ ଦିନ ତଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଭିଡିଓଟିରେ ପୁଲିସ୍ କର୍ମୀ ମହିଳାଙ୍କୁ ବାଡ଼ଉଥିବାର ଦୃଶ୍ୟ କଏଦ ହୋଇଛି।