୩ ଲୁଟେରା ଗିରଫ, ଲୁହା ପ୍ଲେଟ୍‌ ଜବତ

ଭୁବନେଶ୍ୱର: ଲୁଟ୍‌ପାଟ ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, କେଶୁରା ଅଞ୍ଚଳର ସିଦ୍ଧେଶ୍ୱର ଭୋଇ(୨୬), ପିଣ୍ଟୁ ଭୋଇ(୧୯) ଓ ସୁଶାନ୍ତ ବେହେରା(୨୦)। ପୁଲିସ ସେମାନଙ୍କଠାରୁ ୧୨ ଖଣ୍ଡ ଲୁହା ପ୍ଲେଟ ଜବତ କରିଛି। କିଛି ଦିନ ହେବ ପିଣ୍ଟୁ ସାହୁ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ କାମ କରୁଥିଲେ। ତେବେ କାମ ପାଇଁ ସେଠାରେ କିଛି ଲୁହାପ୍ଲେଟ ରଖା ଯାଇଥିଲା। ଗତ ୨୨ ତାରିଖରେ ସିଦ୍ଧେଶ୍ୱର, ପିଣ୍ଟୁ ଓ ସୁଶାନ୍ତ ମିଶି ୧୨ରୁ ଊର୍ଦ୍ଧ୍ୱ ଲୁହାପ୍ଲେଟ ନେଇ ଯାଇଥିଲେ। ଏନେଇ ପିଣ୍ଟୁ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର