୩ ମଟର ଚୋର ଗିରଫ, ୨ ମଟର ଜବତ

ଖଣ୍ଡଗିରି : ବୋରଓ୍ଵଲ୍‌ରୁ ମଟର ବାହାର କରି ଚୋରି କରୁଥିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ସ୍ଥାନୀୟ ଶ୍ୟାମପୁର ନୂଆଗାଁ ଦଳିତ ସାହିର ବଳରାମ ନାଏକ, ପୀୟୂଷ ଭୋଇ ଓ ମିଲୁ ନାଏକ। ପୁଲିସ ସେମାନଙ୍କଠାରୁ ୨ଟି ମଟର ଜବତ କରିଛି। ଗତ ୨୬ ତାରିଖ ରାତିରେ ଏମାନେ କଳିଙ୍ଗନଗର କେ-୯ ଅଞ୍ଚଳରେ ରହୁଥିବା ହରିହର ଖୁଣ୍ଟିଆଙ୍କ ଘରୁ ବୋର୍‌େଓ୍ଵଲ୍‌ରୁ ମଟର କାଢ଼ି ନେଇଥିଲେ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରେ ଏଭଳି ବହୁ ଚୋରି ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର