ଟ୍ରେନ୍‌ରେ ତିନି ମୁସଲ୍‌ମାନଙ୍କୁ ମାଡ଼

ମିରଟ: ଟ୍ରେନ୍‌ ଯୋଗେ ଦିଲ୍ଲୀରୁ ହରିଦ୍ୱାର ଯାଉଥିବା ଦଳେ ଲୋକ ତିନି ଜଣ ସହଯାତ୍ରୀଙ୍କୁ ମାରଧର କରିଛନ୍ତି। ଗୁଲଜାର ଅହମଦ, ମହମ୍ମଦ ଇସ୍ରାର୍‌ ଏବଂ ଅବୁ ବକର୍‌ଙ୍କୁ ଲୋକମାନେ ପ୍ରଥମେ ଧମକ ଚମକ ଦେବା ପରେ ମାଡ଼ ଦେଇଥିଲେ। ତିନିଜଣ ଗୁରୁବାର ଦିନ ବାଗପତ୍‌ ଅଞ୍ଚଳର ଚୌଲାଦାରେ ଏ ଘଟଣା ଘଟିଛି। ତିନିହେଁ ମୁଣ୍ଡରେ ରୁମାଲ ବାନ୍ଧିଥିବାରୁ ଲୋକେ ତାଙ୍କୁ ମାଡ଼ ଦେଇଥିଲେ ବୋଲି ଜଣାପଡ଼ିଛି।

ତିନି ଜଣଙ୍କ ମଧ୍ୟରୁ ଜଣେ ଥିଲେ ଗୋଟିଏ ମଦ୍ରାସାର ମୌଲବି। ତାଙ୍କୁ ଛଡ଼ ଏବଂ ମୁନିଆ ଜିନିଷରେ ଆକ୍ରମଣ କରାଯାଇ ଲହୁଲୁହାଣ କରାଯାଇଛି। ବୁଧବାର ରାତିରେ ଦିଲ୍ଲୀରୁ ସେମାନେ ‘ଦିଲ୍ଲୀ-ହରିଦ୍ୱାର ଡିଏମ୍‌ୟୁ’ ପାସେଞ୍ଜର୍‌ ଟ୍ରେନ୍‌ରେ ବାଗପତରେ ଥିବା ସେମାନଙ୍କ ଗାଁ’କୁ ଯାଉଥିଲେ।

ଅପରିଚିତ ଆକ୍ରମଣକାରୀଙ୍କ ବିରୋଧରେ ଆଇପିସି ଧାରା ୧୪୩, ୩୨୩ ଏବଂ ୩୫୨ ଧାରାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର