ନୂଆଦିଲ୍ଲୀ: ଗୋମାଂସ ନେଉଛନ୍ତି ବୋଲି ଗୁଜବ ଶୁଣି ମଧ୍ୟପ୍ରଦେଶର ସେଓନିରେ ଆତ୍ମଘୋଷିତ ଗୋରକ୍ଷକମାନେ ଜଣେ ମହିଳାଙ୍କ ସମେତ ତିନି ଜଣ ମୁସଲମାନଙ୍କୁ ମାରଧର କରିଛନ୍ତି।
ପୀଡ଼ିତମାନେ ଅଭିଯୋଗ କରିଛନ୍ତି କି, ସେମାନଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଯାଇଥିଲା।
ଦୁଇଜଣ ମୁସଲମାନ ଯୁବକ ଓ ଜଣେ ମହିଳା ଅଟୋରେ ଗୋମାଂସ ନେଇ ଯାଉଛନ୍ତି ବୋଲି ଆତ୍ମଘୋଷିତ ଗୋରକ୍ଷକମାନେ ସୂଚନା ପାଇଥିଲେ।
ଏ ସଂକ୍ରାନ୍ତ ଏକ ଭିଡିଓରେ ଦେଖାଯାଉଛି ଯେ ଠେଙ୍ଗା ଧରିଥିବା ଗୋରକ୍ଷକମାନେ ସେମାନଙ୍କୁ ଗୋଟାଏ ଗଛରେ ବାନ୍ଧି ଦେଖଣାହାରୀମାନଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ପିଟୁଛନ୍ତି।
ସେମାନଙ୍କୁ ଜୟ ଶ୍ରୀରାମ କୁହ ବୋଲି ପାଟି କରି କହିବା ସହିତ ସେ ମହିଳାଙ୍କୁ ପିଟିବାକୁ କହୁଛନ୍ତି।
ଏ ଘଟଣାରେ ପୁଲିସ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ଓ ବାକି ଲୋକ ଫେରାର ହୋଇ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/gau_rakshaks.jpg)