ନୂଆଦିଲ୍ଲୀ: ଆଜିର ସମାଜରେ ମଣିଷର ଗତି କୁଆଡେ ? ମଣିଷ ଆଉ କେତେ ତଳକୁ ଖସିବ ? ପୃଥିବୀର ଶ୍ରେଷ୍ଠ ପ୍ରାଣୀ ଭାବେ ମଣିଷକୁ ଗଣା ଯାଉଥିବା ବେଳେ ମଣିଷର ମାନସିକତା, ଚିନ୍ତାଧାରା ଦିନକୁ ଦିନ ଏତେ ନିଚ୍ଚ ହେଉଛି ଯେ ସେମାନଙ୍କୁ ମଣିଷ ନୁହେଁ ବରଂ ରାକ୍ଷସ ବୋଲି କହିଲେ କିଛି ଭୁଲ ହେବନି । କାରଣ ଦିନକୁ ଦିନ ମଣିଷ ଯୌନ ଲାଳସା ପୂର୍ଣ୍ଣ କରିବାକୁ ଏତେ ତଳକୁ ଖସି ଯାଇଛି ଯେ ସବୁ ସୀମା ସରହଦ ପାର୍ କରି ଯାଉଛି ।
କେତେବେଳେ ପରକୀୟା ପ୍ରୀତି ପୁଣଇ କେତେବେଳେ ଯୌନ ଯାତନାକୁ ନେଇ ଅଜବ ଅଜକ କାଣ୍ଡ ସମାଜରେ ଘଟୁଥିବା ବେଳେ ସମ୍ପର୍କ ସୀମା ଡେଇଁ ଲୋକେ ଏବେ ନିର୍ଯାତନା ଦେବାକୁ ପଛାଉ ନାହାନ୍ତି । ପ୍ରଥମେ ବନ୍ଧୁତା ନହେଲେ କୌଣସି ସିନେମା କିମ୍ବା କାମ ଦେବାର ସୁଯୋଗ ଦେଖାଇ ପରେ ହୋଟେଲ କିମ୍ବା ଘରକୁ ଡାକି ନିଶା ଦେଇ ଦୁଷ୍କର୍ମ, ଗଣ ଦୁଷ୍କର୍ମ କରୁଥିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏତେ କାଣ୍ଡ, ଏତେ ଖବର ପରେ ବି ଯୁବତୀମାନେ, ମହିଳାମାନେ ଚେତୁ ନାହାନ୍ତି କି ସତର୍କ କେମିତି ନିଜ ଆଡୁ ହେଉ ନାହାନ୍ତି ଆଶ୍ଚର୍ଯ୍ଯ ଲାଗେ ।
ତେବେ ସେମିତି କିଛି ଘଟଣା ଆଜି ଘଟିଥିବା ବେଳେ ଦୁଷ୍କର୍ମ ପୂର୍ବର ନିଶା ହିଁ ଆଜି ଖବରର ଶିରୋନାମା ପାଲଟିଛି । କେଉଁଠି କିଏ ଖାଦ୍ୟରେ ନିଶା ଦେଇ ଦୁଷ୍କର୍ମ କଲାଣି ତ ପୁଣି କେଉଁଠି ପାନୀୟରେ ନିଶା ଦେଇ ଗଣ ଦୁଷ୍କର୍ମ କଲାଣି… ତେବେ ମଧ୍ୟ ପ୍ରଦେଶରୁ ଯେଉଁ ଘଟଣା ଆସିଛି ତାହା ଶୁଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ । ଯେଉଁ ନିଜ ପତ୍ନୀଙ୍କୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କରିଛି ସୈତାନ ସ୍ବାମୀ ।
ମୋମୋରେ ନିଶା ଦେଇ ପତ୍ନୀଙ୍କୁ ଦୁଷ୍କର୍ମ । ନିଜ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ସୈତାନ ସ୍ବାମୀ । ମଧ୍ୟପ୍ରଦେଶର ଛତାରପୁରରେ ସମାଜକୁ ଦୋହଲାଇ ଦେଲେ ଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମୋମୋରେ ନିଶା ଦ୍ରବ୍ୟ ଦେଇ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀ ତାଙ୍କୁ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଫୋପାଡ଼ି ଦେଇଥିବା ପୁଲିସ ସୂଚନା ଦେଇଛି । ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି । ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସେପଟେ ଭୁବନେଶ୍ବରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଲଜ୍ ଭିତରେ ନିଶାଦ୍ରବ୍ୟ ଖୁଆଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଲଜ୍ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଗିରଫ ପରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ଘର ଜଗତସିଂହପୁର ଅଞ୍ଚଳରେ । ଅଭିଯୁକ୍ତ ଚନ୍ଦନ ହାତୀ ଓ ପ୍ରସନ୍ନ କୁମାର ଆଚାର୍ଯ୍ୟ ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡ ଅଞ୍ଚଳର । ସେହିପରି ଲଜରେ କାମ କରୁଥିବା ଜଗତସିଂହପୁର ଅଞ୍ଚଳର ରାଜେଶ ଦାଶକୁ ମଧ୍ୟ ଗିରଫ କରିଛି ପୁଲିସ । ଏମାନେ ଯୁବତୀଙ୍କୁ କଣ୍ଠଶିଳ୍ପୀ କରିବାକୁ ସୁଯୋଗ ଦେବା କହି ଏଭଳି କାଣ୍ଡ କରିଛନ୍ତି । ସଂଗୀତ ନିର୍ଦ୍ଦେଶକଙ୍କୁ ଭେଟାଇବାକୁ କହି ଲଜକୁ ନେଇଥିଲେ ଏବଂ ପୀଡ଼ିତାଙ୍କୁ ମିଥ୍ୟା ବାହାନା ଦେଖାଇ ପ୍ରଲୋଭିତ କରିବା ସହ ନିଶାଦ୍ରବ୍ୟ ଖୁଆଇ ବଳପୂର୍ବକ ଏକ ଲଜ୍ ରୁମରେ ବନ୍ଦୀ କରି ରଖିଥିଲେ ।
ଗତ କିଛି ଦିନ ତଳେ କୋଲକାତାରୁ ବି ସେଇ ସମାନ ଢଙ୍ଗରେ ଖବର ଆସିଥିଲା । ଦୁଇ ସାଙ୍ଗ ଯୁବତୀଙ୍କ ଜନ୍ମଦିନ ପାଳନ ପାଇଁ ଡାକି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଜନ୍ମଦିନ ପାଳିବାକୁ ଡାକି ବନ୍ଧୁତାର ସବୁ ସୀମା ଡେଇଁଥିଲେ ଦୁଇ ସାଙ୍ଗ । ଆଉ କେକ୍ କାଟିବା ବାହାନାରେ ରୁମକୁ ଡାକି ରାତି ସାରା ଗଣଦୁଷ୍କର୍ମ କଲେ ଦୁଇ ସୈତାନ ସାଙ୍ଗ ।
କୋଲକାତାର ହରିଦେବପୁର ଅଞ୍ଚଳର ଜଣେ ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଗତ ସେପ୍ଟେମ୍ବର ୫ ତାରିଖ, ଶୁକ୍ରବାର- ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ତାଙ୍କର ଦୁଇ ସାଙ୍ଗ । ଯେଉଁମାନେ ଗତ ମାସେ ହେବ ବନ୍ଧୁତାର ସୁତ୍ରରେ ବାନ୍ଧି ହୋଇଛନ୍ତି । ଯୁବତୀଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଦୁଇ ବନ୍ଧୁ ଚନ୍ଦନ ମଲ୍ଲିକ ଏବଂ ଦୀପ ବିଶ୍ବାସ ସେଦିନ ରାତିରେ ଗୋଟେ ଫ୍ଲାଟକୁ ନେଇଥିଲେ । ରିଗେଣ୍ଟ ପାର୍କ ଅଞ୍ଚଳରେ ଥିବା ଫ୍ଲାଟରେ ସେହି ୩ ଜଣଙ୍କ ଛଡା ଆଉ କେହି ନଥିଲେ । ସମସ୍ତେ ମିଲ୍ ଖାଇବା ପରେ ମୃଦୁ ପାନୀୟ ପିଇଥିଲେ ଏବଂ ତାପରେ ଯୁବତୀ ଜଣଙ୍କ ଘରକୁ ଫେରିବାକୁ ବାହାରିବାରୁ ଜଣେ ବନ୍ଧୁ ଘରର କବାଟ ଦେଇଦେଇଥିଲା ଆଉ ଦୁହେଁ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ଅଭିଯୋଗ ହେଉଛି କି ମୃଦୁ ପାନୀୟରେ ନିଶା ମିଶାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।