ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୩ କଲେଜ ଛାତ୍ର ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅଞ୍ଚଳର କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ୩ ଜଣ କଲେଜ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲଳିନ୍ଦ୍ର ଓରାମ, ରଞ୍ଜିତ ଓରାମ ଓ କିଶୋର ଓରାମ। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ୩ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତର ମଇନା କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଚାଲିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଜୁନ୍‌ ୨୬ ତାରିଖ ଦିନ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଛାତ୍ରୀ ଜଣଙ୍କୁ କଲେଜରେ ଛାଡ଼ିଦେବାକୁ କହି ଲଳିନ୍ଦ୍ର ଓ ଅନ୍ୟ ଜଣେ ଛାତ୍ର ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଲଳିନ୍ଦ୍ର ସହ ରଞ୍ଜିତ ଓ କି‌େଶାର ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର