ନୂଆଦିଲ୍ଲୀ: ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ତିନି ଜଣ ଶିକ୍ଷକ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କକୁ କଳଙ୍କିତ କରିଛନ୍ତି। ଏକ ସରକାରୀ ସ୍କୁଲରେ ତିନି ଜଣ ଶିକ୍ଷକ ଜଣେ ୧୩ ବର୍ଷୀୟ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। 

Advertisment

ଏହି ଅଭିଯୋଗକୁ ଆଧାର କରି ଗତବୁଧବାର ଦିନ ପୋ‌‌କ୍ସୋ ଆକ୍ଟ  ଆଇନର ବିଭିନ୍ନ ଧାରା ଅନୁଯାୟୀ ତିନିଜଣ ଦୁଷ୍କର୍ମକାରୀ ଶିକ୍ଷକଙ୍କୁ  ଗିରଫ କରାଯିବା ପରେ ୧୫ ଦିନିଆ ପୁଲିସ  ରିମାଣ୍ଡରେ ପଠାଇ ଦିଆଯାଇଛି ବୋଲି କୃଷ୍ଣାଗିରି ଜିଲ୍ଲାର ଜିଲ୍ଲାପାଳ ସି ଦିନେଶ କୁମାର ସୂଚନା ଦେଇଛନ୍ତି।  

ଏହି ଘଟଣା ସମ୍ପର୍କରେ ଅବଗତ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ‘ ଘଟଣାଟି ଫେବୃଆରି ୨ ତାରିଖରେ ସାମ୍ନାକୁ ଆସିଥିଲା।  ପୀଡ଼ିତାଙ୍କ ବାପାମାଆ ପ୍ରଧାନ ଶିକ୍ଷକଙ୍କୁ ଘଟଣା ବିଷୟରେ ଜଣାଇବା ପରେ  ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଚାଇଲ୍ଡ ହେଲ୍ପଲାଇନ୍ ଦୁଷ୍କର୍ମକାରୀ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହାପରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି।