ଭୁବନେଶ୍ୱର: ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଅଶୋକ ବେହେରା(୨୨)କୁ ୩ ବର୍ଷ ୬ ମାସ ସଶ୍ରମ କରାଦଣ୍ଡାଦେଶ ହୋଇଛି। ତିନିବର୍ଷ ତଳର ଏହି ମାମଲାର ବିଚାର କରି ପୋକ୍ସୋ ସ୍ବତନ୍ତ୍ର ଜଜ୍ ଦାମୋଦର ରଥ ଆଜି ଏହି ରାୟ ଦେଇଛନ୍ତି। ଦଣ୍ଡାଦେଶ ସହିତ ୧ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ରହିଛି। ସରକାରଙ୍କ ପକ୍ଷରୁ ୪ ସାକ୍ଷୀଙ୍କ ବୟାନ ଓ ୭ ଦସ୍ତାବିଜ୍କୁ ଆଧାର କରି ଏହି ଆଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରିଛନ୍ତି। ସୂଚନା ମୁତାବକ, ଗତ ୨୦୧୫ ନଭେମ୍ବର ୨୮ ତାରିଖ ଦିନ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକ ଜଣକ ସାଇକେଲ୍ରେ ପରିବା ପାଇଁ ଯାଉଥିଲେ। ସେହି ରାସ୍ତା ଦେଇ ଆସୁଥିବା ଅଭିଯୁକ୍ତ ଅଶୋକ ତାଙ୍କ ପିଛା କରି ନିଛାଟିଆ ଜାଗା ଦେଖି ରାସ୍ତା କଡ଼କୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ପାଟି କରିବାରୁ ଅଶୋକ ପଳାଇଥିଲା। ଏ ନେଇ ନାବାଳିକାଙ୍କ ପରିବାରବର୍ଗ ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୋକ୍ସୋ ଆଇନ ବଳରେ ଏକ ମାମଲା (୧୪୪/୧୫) ରୁଜୁ କରି ଅଶୋକକୁ ଗିରଫ କରିଥିଲା।
ଦୁଷ୍କର୍ମ ଉଦ୍ୟମକାରୀକୁ ୩ ବର୍ଷ ୬ ମାସ ଜେଲ୍
/sambad/media/post_attachments/wp-content/uploads/2018/12/tment-can-i-go-to-rehab-instead-of-jail-article-photo-hands-of-prisoner-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)