୩୦ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ, ମା’ ସହ ୨ ପୁଅ ଗିରଫ

ଖଣ୍ଡଗିରି: ଗୁରୁବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌‌ ଛକରୁ କମିସନରେଟ୍‌ ପୁଲିସ ଜଣେ ମହିଳା ଓ ତାଙ୍କ ଦୁଇ ପୁଅଙ୍କୁ ବ୍ରାଉନ୍‌ସୁଗାର ବେପାର କରୁଥିବା ଅଭିଯୋଗରେ ଗିରଫ କରିଛି। ସେମାନେ ହେଲେ ଖୋର୍ଧା ଗୁରୁଜଙ୍ଗର ରୁନା ସାମନ୍ତରାୟ ଓ ତାଙ୍କର ଦୁଇ ପୁଅ ଅଭିପ୍ରାୟ ଓ ଅଭିଜିତ୍। ପୁଲିସ ସେମାନଙ୍କ ନିକଟରୁ ୩୦ ଗ୍ରାମ୍ ବ୍ରାଉନ୍ ସୁଗାର(ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା), ୨୦ ହଜାର ୮ଶହ ଟଙ୍କା, ଗୋଟିଏ ପଲସର୍ ୨୨୦ ବାଇକ୍‌ ଓ ୩ଟି ମୋବାଇଲ୍ ଫୋନ୍‌ ଜବତ କରିଛି। ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ଜାତୀୟ ରାଜପଥରେ ବ୍ଲକିଂ କରୁଥିବାବେଳେ ବାଇକ୍‌ରେ ୩ ଜଣ ଥିବାରୁ ସେମାନଙ୍କୁ ଅଟକାଇଥିଲେ। ସନ୍ଦେହଜନକ ହାବଭାବରୁ ଯାଞ୍ଚ କରୁ କରୁ ସେମାନଙ୍କ ପାଖରୁ ବ୍ରାଉନ୍ ସୁଗାର ମିଳିଥିଲା। ଖଣ୍ଡଗିରି ଓ ପାତ୍ରପଡ଼ା ଅଞ୍ଚଳରେ ବେପାର କରିବା ପାଇଁ ସେମାନେ ଏହି ମାଲ୍ ନେଉଥିବା ପୁଲିସ ନିକଟ‌ରେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର