ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଜଣେ ଅବସରପ୍ରାପ୍ତ ପୁଲିସକର୍ମୀଙ୍କ ପୁଅ କରିଥିବା ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ଖବର ପାଇ ପୁଲିସ ଦିଲ୍ଲୀ ରେଳ ଷ୍ଟେସନରୁ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଜଣଙ୍କ କୁଲଦୀପ୍ ସିଂହ ବୋଲି ଚିହ୍ନଟ କରାଯାଇଛି । କୁଲଦୀପ୍ ନିଜ ପ୍ରେମିକା ଓ ତା’ର ଭଉଣୀକୁ ହତ୍ୟା କରିଛି । ମୃତକମାନେ ହେଲେ ମନପ୍ରୀତ୍ କୌର୍ ଓ ରଜ୍ଓ୍ଵନ୍ତ କୌର୍ ।
/sambad/media/post_attachments/wp-content/uploads/2015/09/rsz_ghosting-manifesting-self.jpg)
ପୁଲିସ ଦେଇଥିବା ସୂଚନା ମୁତାବକ, ଦୁଇ ଭଉଣୀ ଏକ ଫାର୍ମା କମ୍ପାନୀ ଚଲାଉଥିବା ବେଳେ ଅଭିଯୁକ୍ତ କୁଲଦୀପ୍ ଏକ କଲ୍ ସେଣ୍ଟର ଚଳାଉଥିଲେ। ଦୀର୍ଘ ୯ବର୍ଷ ହେଲା କୁଲଦୀପ୍ ମନ୍ପ୍ରୀତ୍ଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ କିଛି ମାସ ପୂର୍ବରୁ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ମନ୍ପ୍ରୀତ୍ ଅନ୍ୟ କାହାକୁ ଡେଟ୍ କରୁଥିବା ଭାବି କୁଲଦୀପ୍ ସନ୍ଦେହ କରିବା ଆରମ୍ଭ କରିଥିଲେ । ଶୁକ୍ରବାର କୁଲଦୀପ୍ ମନ୍ପ୍ରୀତ୍ଙ୍କ ଘରକୁ ଯିବା ସହ ତାଙ୍କ ଫୋନ ଦେଖିବା ପାଇଁ ଚାହିଁଥିଲେ । କୁଲଦୀପ୍ଙ୍କ ଏଭଳି ବ୍ୟବହାରରେ ରଜ୍ଓ୍ଵନ୍ତ ଆପତ୍ତି କରିବାରୁ କୁଲଦୀପ୍ ରାଗରେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହା ପରେ ନିଜ ଭଉଣୀକୁ ହତ୍ୟା କରିବା ନେଇ ପାଟି କରିବାରୁ କୁଲଦୀପ୍ ନିଜ ପ୍ରେମିକାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନ ଥିଲେ । ହତ୍ୟା ପରେ ବାହାରପଟୁ କବାଟ ଦେଇ ଚାଲି ଆସିଥିଲେ କୁଲଦୀପ୍ । ପଡ଼ୋଶୀ ସୂଚନା ଦେବା ପରେ ପୁଲିସ ତଦନ୍ତ କରି ଶେଷରେ କୁଲଦୀପ୍ଙ୍କୁ ଦିଲ୍ଲୀ ରେଳ ଷ୍ଟେସନରୁ ଗିରଫ କରିଥିଲା ।