ନିଶା ଇଞ୍ଜେକ୍‌ସନ୍‌ ଦେଇ ବିବାହ ପାଇଁ ଅମଙ୍ଗ ୨୨ ବର୍ଷିୟ ଯୁବକଙ୍କ ଯୌନାଙ୍ଗ ଛେଦନ କଲେ ୩୦ ବର୍ଷୀୟ ବିବାହିତା ନର୍ସ

ଲୁଧିଆନା: ଶୁକ୍ରବାର ରାତିରେ କଙ୍ଗନ୍‌ଓ୍ଵାଲ୍‌ ଅନ୍ତର୍ଗତ ଏକତା କଲୋନିରେ ଜଣେ ୩୦ ବର୍ଷୀୟ ନର୍ସ ତାଙ୍କ ସହ ବ୍ୟଭିଚାର କରିଥିବା ଜଣେ ବ୍ୟକ୍ତିଙ୍କ ଯୌନାଙ୍ଗ ଛେଦନ କରିଛନ୍ତି।

ବ୍ୟଭିଚାର ମାମଲାରେ ପଡ଼ି ବିଚାରର ସମ୍ମୁଖୀନ ହୋଇଥିବା ପୀଡ଼ିତ ୨୨ ତେଜରାତି ଦୋକାନୀ ଅମରଜିତ୍‌ କୁମାର ଡେଟିଙ୍ଗ୍‌ ସମୟରେ ଦୁଷ୍କର୍ମ କରିଥିବା ନର୍ସଜଣକ ଅଭିଯୋଗ କରିଥିଲେ।

ଅମରଜିତଙ୍କ ବାପା ସୁଦାମ ମହତୋଙ୍କ ଅଭିଯୋଗ ଆଧାରରେ ସାହେନ୍‌ଓ୍ଵାଲ୍‌ ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୨୬, ୩୨୮, ୩୪୨, ୧୪୮ ଏବଂ ୧୪୯ରେ ଏକ ମାମଲା ରୁଜୁ କରିଛନ୍ତି।

ଅଭିଯୋଗରେ ମହାତୋ ଦର୍ଶାଇଛନ୍ତି ଯେ ତାଙ୍କ ପୁଅ ଅମରଜିତ କୁମାରଙ୍କର ସେ ବିବାହିତା ଅଭିଯୁକ୍ତାଙ୍କ ଅନୈତିକ ସମ୍ପର୍କ ଥିଲା। ପୁଅ କହେ ଛଅ ମାସ ତଳୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା। ତେଣୁ ଅଭିଯୁକ୍ତା ଅମରଜିତଙ୍କୁ ବିବାହ କରିବା ପାଇଁ ଚାପ ପକାଇବା ସହ ପରେ ତାକୁ ଅସଦାଚରଣ ମାମଲାରେ ଛନ୍ଦି ଦେଇଥିଲା। ଜାମିନରେ ବାହାରିବା ପରେ ଅମରଜିତ୍‌ ବିହାରସ୍ଥିତ ନିଜ ଗାଁକୁ ଚାଲିଯାଇ ଦୁଇ ଦିନ ପୂର୍ବେ ଫେରିଥିଲା।

ପୁଲିସ କହେ ଅମରଜିତଙ୍କ ବିରୋଧରେ ଅସଦାଚରଣ ମାମଲାରେ ଚର୍ଜସିଟ୍‌ ଫାଇଲ୍‌ କରାଯାଇଛି।

ମାହତୋ ପୁଲିସକୁ କହିଛନ୍ତି ଯେ ଶୁକ୍ରବାର ରାତିରେ ସେ ମହିଳା ତା’ର ଭଡ଼ା ଘରକୁ ତାଙ୍କ ପୁଅକୁ ଡକାଇଥିଲା। କିନ୍ତୁ, ଘରକୁ ଫେରିବା ପରେ ଅମରଜିତ୍‌ ଆଉ ଠିକ୍‌ ଭାବେ ଚାଲି ପାରୁ ନ ଥିଲା। ଧାର ଧାର ରକ୍ତ ଝରୁଥିଲା ତା’ ଦେହରୁ। ସେ ମତେ କହିଲା କି, ସେ ମହିଳା ଏବଂ ତା’ର ପାଞ୍ଚଜଣ ସହଯୋଗୀ ମିଶି ମତେ ମାଡ଼ିବସି କ’ଣ ଗୋଟାଏ ଇଞ୍ଜେକ୍‌ସନ୍‌ ଦେଇ ଦେବାରୁ ମୁଁ ଅଚେତ ହୋଇପଡ଼ିଲି। ଚେତା ଫେରିଲା ବେଳେକୁ ଦେଖେ ତ ତା’ର ଯୌନାଙ୍ଗ କଟା ସରିଛି।

ମୁଁ ତାକୁ ନେଇ ତୁରନ୍ତ ସିଭିଲ୍‌ ହସ୍‌ପିଟାଲ୍‌ ଗଲି। ସେଠାରେ ଏବେ ତା’ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ମାମଲାର ତଦନ୍ତ କରୁଥିବା ଅଧିକାରୀ ବଲଜିତ ସିଂହ କହନ୍ତି ଅଭିଯୁକ୍ତା ଏବଂ ତାଙ୍କ ସହଯୋଗୀମାନେ ଫେରାର ହୋଇ ଯାଇଛନ୍ତି। ଅଭିଯୁକ୍ତାର ଭଡ଼ା ଘରେ ତଲାସ କରିବା ବେଳେ ପୁଲିସକୁ ରକ୍ତଭିଜା କପଡ଼ା ମିଳିଛି।

ସମ୍ବନ୍ଧିତ ଖବର