ଗୋଦାବରୀ: ଆନ୍ଧ୍ରପ୍ରଦେଶରେ ୩୦୦ ବୁଲା କୁକୁରଙ୍କୁ ବିଷ ଇଞ୍ଜେକସନ ଦେଇ ମାରି ଦିଆ ଯାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ମୃତ କୁକୁରଙ୍କୁ ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲ୍ଲାର ଏକ ନଦୀ କୂଳରେ ପୋତି ଦେଇଥିବା ଏନିମଲ ରାଇଟ ଏକ୍ଟିଭିଷ୍ଟ ଅଭିଯୋଗ କରିଛି।
ଫାଇଟ ଫର ଆନିମଲ ଆକ୍ଟିଭିଷ୍ଟ ଲଲିତାଙ୍କ କହିବା ଅନୁଯାୟୀ ଗୋଦାବରୀ ଜିଲ୍ଲାର ଲିଙ୍ଗପାଲମ ପଞ୍ଚାୟତର ଏକ ଗ୍ରାମର ଲୋକମାନେ କୁକୁରକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶେଷରେ ଗ୍ରାମର ଲୋକମାନେ କୁକୁରଙ୍କ ବନ୍ଧ୍ୟାକରଣ କରିବା ବଦଳରେ ସେମାନଙ୍କୁ ବିଷ ଇନଜେକସନ ଦେଇ ହତ୍ୟା କରିଥିଲେ। ଏହି ବିଷ ଇଞ୍ଜେକସନ ଦେଇ ୨୯ ଜୁଲାଇରେ ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୩୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି।
ବିଷାକ୍ତ ଇଞ୍ଜେକସନ ଦେବା ଘଟଣାରେ ପୁଲିସ ଧାରା ୪୨୯ ଏବଂ ପଶୁ କ୍ରୁରତା ନିବାରଣ ଅଧିନିୟମ ଅନୁୟାୟୀ ୧୯୬୦ ଧାରା ୧୧(ଏଲ) ଅନୁଯାୟୀ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Untitled-1-copy.jpg)