ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ନିଶା ଦ୍ରବ୍ୟ ବିକ୍ରି ପେଣ୍ଠସ୍ଥଳୀ ଓ ବାର୍ ଗୁଡ଼ିକରେ ପୁଲିସ୍ ଚଢ଼ଉ ଜାରି ରହଛି। ଏହି ପ୍ରକ୍ରିୟାରେ ଆଜି କ୍ୟୁଏଟି ପକ୍ଷରୁ ମଞ୍ଚେଶ୍ୱର ପଳାସୁଣୀ ଅଞ୍ଜଳରେ ଥିବା ଏକ ବାର୍ରୁ ପୁଲିସ୍ ବ୍ରାଉନ୍ ସୁଗାର ଜବତ କରିଛି। ସିଗାରେଟ୍ ଭିତରେ ବ୍ରାଉନ୍ ସୁଗାର ଓ ଗଞ୍ଜେଇ ମିଶାଯାଇ ବିକ୍ରି ହେଉଥିବା ସୂଚନା ପାଇ ପୁଲିସ୍ ଆଜି ସଂଧ୍ୟାରେ ଉକ୍ତ ବାର୍ରେ ହଠାତ୍ ଚଢ଼ାଉ କରିଥିଲା। ଏହି ଚଢ଼ଉ କାଳରେ ପୁଲିସ୍ ୩୦୦ ପୁଡ଼ିଆ ଜବତ କରିବାରେ ସଫଳ ହୋଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ୍ ପ୍ରକାଶ କରିଛି। ଏହି ଘଟଣାରେ ଜଣେ ବ୍ୟବସାୟୀକୁ ମଧ୍ୟ ପୁଲିସ୍ ଥାନାରେ ଅଟକ ରଖିଛି। ଗଞ୍ଜେଇ ମିଶା ବ୍ରାଉନ୍ ସୁଗାର ଉକ୍ତ ବାର୍ରେ ମିଳେ ବୋଲି ପୁଲିସ୍ ସୂଚନା ପାଇ ଚଢ଼ଉ କରିଥିଲା।
ବାର୍ରୁ ୩୦୦ ପୁଡ଼ିଆ ବ୍ରାଉନ୍ସୁଗାର ଜବତ
/sambad/media/post_attachments/wp-content/uploads/2017/11/brwon-sugar-drug.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)