୩୦ ହଜାର ଟଙ୍କା ଠକେଇ ଘଟଣାରେ ମହିଳା ଅଟକ

ଧଉଳି: ଧଉଳି ଥାନା ପୁଲିସ ଆଜି ଏହି ଥାନାରେ କାର୍ଯ୍ୟରତ ଥିବା ଜଣେ ଗୃହରକ୍ଷୀଙ୍କଠାରୁ ୩୦ ହଜାର ଟଙ୍କା ଠକେଇ କରିଥିବା ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଏଭଳି ଠକେଇର ଶିକାର ମହିଳା ଗୃହରକ୍ଷୀ ଜଣକ ହେଲେ ଉତ୍ତରା ଫାଣ୍ଡି ଅଞ୍ଚଳରେ ରହୁଥିବା ବେଲା ଘୋଷ। ଅନୁରୂପ ଭାବେ ଅଭିଯୁକ୍ତ ମହିଳାଙ୍କ ଘର ମଧ୍ୟ ଏହି ଫାଣ୍ଡି ଅଞ୍ଚଳରେ। ଅଭିଯୁକ୍ତ ମହିଳାଙ୍କ ଜରିଆରେ ସେ ଏକ ସଂସ୍ଥାରେ ୩୦ ହଜାର ଟଙ୍କା ଜମା କରିଥିଲେ। ହେଲେ ନିର୍ଧାରିତ ସମୟ ପରେ ବେଲା ଟଙ୍କା କଥା କହିବାରୁ ସେ ଆଉ ଧରାଛୁଅାଁ ଦେଇ ନଥିଲେ। ବାରମ୍ବାର ଟଙ୍କା କଥା କହି ନିରାଶ ହେବାରୁ ବେଲା ତାଙ୍କ ମୂଳ ଓ ସୁଧ ଟଙ୍କା ଆଉ ଫେରି ନପାଇବାରୁ ଏ ସଂପର୍କରେ ପ୍ରଥମେ ଉତ୍ତରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଉତ୍ତରା ଫାଣ୍ଡି ପୁଲିସ ଏ ସଂକ୍ରାନ୍ତରେ କେବଳ ଏକ ମାମଲା ରୁଜୁ କରି ଚୁପ୍‌ ବସିଛି । ହେଲେ ବେଲା ଏ ସଂପର୍କରେ ଧଉଳି ଥାନାରେ ଅଭିଯୋଗ କରିବା ପରେ ଆଜି ଅପରାହ୍ଣ ୩ଟାରେ ମହିଳା ପୁଲିସ ସମେତ ଏହି ଟିମ ତାଙ୍କ ଘରେ ଚଢ଼ଉ କରି ଅଭିଯୁକ୍ତ ମହିଳାଙ୍କୁ ଥାନାକୁ ଆଣି ଏହାର ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର