ଭୁବନେଶ୍ୱର: ଜମା ଟଙ୍କାର ଦୁଇଗୁଣ ଟଙ୍କା ଦେବାର ଲୋଭ ଦେଖାଇ ଜଣେ ମହିଳାଙ୍କଠାରୁ ୩୦ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ସାଲିଆସାହି ନୟାଗଡ଼ସାହିର ବଳରାମ ନାକୟ(୪୧)। ପୁଲିସ ସୂଚନା ମୁତାବକ, ସାଲିଆସାହି ଅଞ୍ଚଳର ଶକୁନ୍ତଳା ନାୟକ ନାମକ ଜଣେ ମହିଳାଙ୍କୁ ବର୍ଷକରେ ଜମା ଟଙ୍କାର ଦୁଇ ଗୁଣ ଟଙ୍କା ଦେବ କହି ବଳରାମ ତାଙ୍କଠାରୁ ୩୦ ହଜାର ଟଙ୍କା ନେଇଥିଲା। ତେବେ ଇତି ମଧ୍ୟ ବର୍ଷେ ବିତିଯାଇଥିଲେ ମଧ୍ୟ ବଳରାମ ଟଙ୍କା ଫେରସ୍ତ କରି ନଥିଲା। ଟଙ୍କା ମାଗିବାରୁ ବଳରାମ ଶକୁନ୍ତଳାଙ୍କୁ ଧମକ ଚମକ ଦେଇଥିଲା। ଏନେଇ ଶକୁନ୍ତଳା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଆଜି ବଳରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମହିଳାଙ୍କଠାରୁ ୩୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ
/sambad/media/post_attachments/wp-content/uploads/2018/03/Arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)