ବାଲିପାଟଣା : ପୁଣି ୩୧ ମେଣ୍ଢା ଚୋରି

ବାଲିପାଟଣା : ବାଲିପାଟଣା ଥାନା ଅଞ୍ଚଳରେ ଛେଳି ମେଣ୍ଢା ଚୋରି ଥମିବାର ନାଁ ଧରୁନି। ବାରମ୍ବାର ଗୃହପାଳିତ ପଶୁ ଚୋରି ଯିବା ହେବାରୁ ଚାଷୀ ଆର୍ଥିକ କ୍ଷତି ସହୁଛନ୍ତି। ଅପରପକ୍ଷରେ ପୁଲିସ ଚୋରକୁ ଧରି ନ ପାରିବାରୁ ସାଧାରଣରେ ଅସନ୍ତୋ‌ଷ ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଥାନା ଅଧୀନ ବିଶୁନିଆପଡ଼ା ଗ୍ରାମର ପ୍ରଫୁଲ୍ଲ ପରିଡ଼ା ଓ ବାବାଜୀ ମାଠିଆଙ୍କର ୧୦ଟି ଲେଖାଏ ମେଣ୍ଢା ଚୋରି ହୋଇଥିବା ବେଳେ ବୋଧଖଣ୍ତି ଗ୍ରାମର ଚକ୍ରଧର ବେହେରାଙ୍କର ୧୧ଟି ମେଣ୍ଢା ଚୋରି ହୋଇଯାଇଛି। ଏନେଇ ବାଲିପାଟଣା ଥାନାରେ ୩ଟି ମାମଲା ରୁଜୁ ହେଇଛି।

ସମ୍ବନ୍ଧିତ ଖବର