କଟକ: ଭାଇଚାରାର ସହର କଟକରେ ଆଜି ସନ୍ଧ୍ୟାରେ ହିଂସା ଦେଖାଯାଇଛି। ମଧୁପାଟଣା ଥାନା ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରାଯାଇଛି। ଏହି ଗୁଳିମାଡ଼ରେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ସୌମ୍ୟରଂଜନ ଜେନା (୩୪)।
ସୂଚନା ଅନୁସାରେ ମଧୁପାଟଣା ଥାନା ଅଧୀନ ନୂଆପଡ଼ା ସାହିର ସୌମ୍ୟରଂଜନ ଜେନା ଆଜି ଅପରାହ୍ଣ ସମୟରେ ପ୍ରେସ୍କ୍ଲବ ନିକଟ ପଡ଼ିଆରେ କ୍ରିକେଟ୍ ଖେଳିବାକୁ ଯାଇଥିଲେ। ସେ ପଡ଼ିଆ ନିକଟରେ ଛିଡ଼ା ହୋଇଥିବା ବେଳେ ଜଣେ ଦୁର୍ବୃତ୍ତ ସେଠାକୁ ପହଞ୍ଚି ଥିଲା। ସୌମ୍ୟରଂଜନ କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତଜଣକ ହଠାତ୍ ଗୁଳିମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ତେବେ ଗୁଳିମାଡ଼ର ଶିକାର ହେଲା ପରେ ସୌମ୍ୟରଂଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ନିକଟରେ ଥିବା ଦୁଇ ଜଣ ଯୁବକ ସୌମ୍ୟରଂଜନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସୌମ୍ୟରଂଜନ ଗୁରୁତର ଥିବାରୁ ସେ କଟକ ବଡ଼ଡାକ୍ତରଖାନାକୁ ନେବା ପାଇଁ କହିଥିଲେ। ଶେଷରେ ସୌମ୍ୟରଂଜନଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ପରମାଣୁ ଚୁକ୍ତି ଧାର୍ଯ୍ୟ ନୀତିରେ ସହମତ
ପୁଲିସର ସୂଚନା ଅନୁସାରେ ସୌମ୍ୟରଂଜନକୁ ଅତି ନିକଟରୁ ଗୁଳି କରାଯାଇଛି, ଯେଉଁଥି ପାଇଁ ତାଙ୍କର ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଛ। ହସ୍ପିଟାଲରେ ପହଞ୍ଚିଲା ବେଳକୁ ଅବସ୍ଥା ସାଂଘାତିକ ହୋଇସାରିଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ମାମଲା ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଗୁଳିମାଡ଼ର କାରଣ ଯଦିଓ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ସନ୍ଦେହରେ ୨ଜଣଙ୍କୁ ପଚରାଉଚୁରା କରାଯାଉଛି। ଅନ୍ୟପଟରେ ସ୍ପଷ୍ଟ ଦିବାଲୋକରେ କଟକ ଭଳି ଜନଗହଳିପୂର୍ଣ୍ଣ ସହରରେ ଗୁଳିମାଡ଼ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/18/new-project-4jpg-2026-02-18-18-48-21.jpeg)