ଟିଉସନ୍‌ ମ୍ୟାଡ଼ମ୍‌ଙ୍କ ଯୌନ ଲାଳସା : ଛାତ୍ର ସହ ରଖିଥିଲେ ଶାରୀରିକ ସଂପର୍କ, ଟିଉସନ୍‌ ବନ୍ଦ ହେବାରୁ ପିଇ ଦେଲେ ବିଷ

ଚଣ୍ଡିଗଡ଼ : ସାମ୍ନାକୁ ଆସିଛି ଜଣେ ଟିଉସନ୍‌ ମ୍ୟାଡ଼ମ୍‌ଙ୍କ ପ୍ରେମ କାହାଣୀ । ଅନ୍ୟ କାହା ସହ ନୁହେଁ , ବରଂ ନିଜ ଛାତ୍ରଙ୍କ ସହ ରଖିଥିଲେ ପ୍ରେମ ସଂପର୍କ । ପାଠ ନ ପଢ଼ାଇ ରଖୁଥିଲେ ଶାରୀରିକ ସଂପର୍କ । ପରୀକ୍ଷାରେ ନମ୍ବର କମ ଆସିବା ପରେ ବାହାରିଲା ସବୁ ସତ । ନମ୍ବର କମ ଆସିବାରୁ ଘର ଲୋକେ ତାଙ୍କ ପୁଅକୁ ଅନ୍ୟତ୍ର ପଠାଇବା ପାଇଁ ମନସ୍ଥ କରିଥିଲେ । ଯାହାକୁ ଶୁଣି ତୁରନ୍ତ ଛାତ୍ରଙ୍କ ଘରେ ପହଞ୍ଚି ଛାତ୍ରଙ୍କ ପରିବାର ଲୋକଙ୍କୁ ବୁଝାଇବା ପରେ ସେମାନେ ନ ବୁଝିବାରୁ ସମସ୍ତଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ ମ୍ୟାଡ଼ମ୍‌ । ଏ ନେଇ ସୂଚନା ଦିଆଯିବା ପରେ ଅଭିଯୁକ୍ତ ମ୍ୟାଡ଼ାମ୍‌ଙ୍କୁ ଚିକିତ୍ସା ପରେ ଗିରଫ କରିଛି ପୁଲିସ ।

ସୂଚନା ମୂତବାକ, ସେପ୍ଟେମ୍ବର ୨୦୧୭ରୁ ପୀଡ଼ିତ ଛାତ୍ର ଏବଂ ତାଙ୍କ ଭଉଣୀ ଟିଉସନ୍‌ ଯିବା ଆରମ୍ଭ କରିଥିଲେ । ଟିଉସନ୍‌ ମ୍ୟାଡ଼ାମ୍‌ ଜଣେ ସରକାରୀ ସ୍କୁଲରେ ବିଜ୍ଞାନ ପଢ଼ାଉଥିବାରୁ ଭଲ ମାର୍କ ଆଶାରେ ପରିବାର ଲୋକେ ସେଠାକୁ ଟିଉସନ ପାଇଁ ପଠାଇଥିଲେ । କିନ୍ତୁ ଟିଉସନ୍‌ ଯିବାର କିଛି ଦିନ ପରେ ମ୍ୟାଡ଼ାମ୍‌ ଛାତ୍ରକୁ ତୁମ ସହ ତୁମ ଭଉଣୀଙ୍କୁ ଆଣ ନାହିଁ ବୋଲି କହିଥିଲେ । କିଛି ଦିନ ଛାତ୍ର ଜଣକ ଏକା ଟିଉସନ ଯିବା ପରେ ମାର୍ଚ୍ଚ ୨୦୧୮ରେ ମ୍ୟାଡ଼ାମ୍‌ ତା’ ସହ ପ୍ରଥମ ଥର ପାଇଁ ଶାରୀରିକ ସଂପର୍କ ରଖିଥିଲେ । ପୀଡ଼ିତ ଜଣଙ୍କ ଡ଼ରରେ ଏ ନେଇ କାହାକୁ କିଛି ନ କହିଥିବା ବେଳେ ପରୀକ୍ଷାରେ ମାର୍କ କମ ଆସିବା ପରେ ଏ ଘଟଣାଟି ସାମ୍ନାକୁ ଆସିଥିଲା । ମାର୍କ କମ ଆସିବାରୁ ଆମ ପୁଅ ଆଉ ଆପଣଙ୍କ ପାଖକୁ ଟିଉସନ୍‌ ଯିବ ନାହିଁ ବୋଲି ପରିବାର ଲୋକେ ମ୍ୟାଡ଼ାମ୍‌ଙ୍କୁ ଜଣାଇଥିଲେ ।

The Vermilion

ଏହା ଶୁଣି ମ୍ୟାଡ଼ାମ୍‌ ତୁରନ୍ତ ଘରେ ପହଞ୍ଚି ଏପରି କର ନାହିଁ । ଆଗକୁ ମୁଁ ଧ୍ୟାନ ରଖିବି ବୋଲି କହିଥିଲେ । ପୀଡ଼ିତଙ୍କ ପରିବାର ଲୋକ ନ ମାନିବାରୁ ମ୍ୟାଡ଼ମ୍‌ ବିଷ ପିଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । କିନ୍ତୁ ଛାତ୍ରଙ୍କ ପରିବାର ଲୋକେ ତାଙ୍କୁ ଡ଼ାକ୍ତରଖାନା ନେଇ ତାଙ୍କର ଚିକିତ୍ସା କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପରେ ଛାତ୍ରଙ୍କ ମାତା-ପିତା ମୋତେ ବଦ୍‌ନାମ କରୁଥିବାରୁ ମୁଁ ଏପରି କରିଛି ବୋଲି ମ୍ୟାଡ଼ମ୍‌ ବୟାନ ଦେଇଥିଲେ । ଅନ୍ୟ ପକ୍ଷରେ ଏନେଇ ପୀଡ଼ିତଙ୍କୁ ପଚରାଯିବା ପରେ ଟିଉସନ୍‌ ବାହାନାରେ ମ୍ୟାଡ଼ମ୍‌ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ବୋଲି ସେ ପୁଲିସକୁ ଜଣାଇଥିଲେ । ଯାହା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ମ୍ୟାଡ଼ମ୍‌ଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର