ରାଉରକେଲା: କ୍ରମାଗତ ତିନି ଦିନ ହେଲା ଅବକାରୀ ପୁଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ଆଜି ଜରୈକେଲା, ରୁପୁଟୋଲା ଅଞ୍ଚଳରେ ଚଢ଼ଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରୈକେଲାର ରାମ ଚରଣ ମୁଣ୍ଡାରୀ, ମଙ୍ଗଳ ବଜାରର ଦୀପକ ଓରାମ, ରୁପୁଟୋଲାର କପିଳ ଭୂମିଜ ଓ ଜୟନ୍ତୀ ଭୂମିଜ। ଅଭିଯୁକ୍ତମାନଙ୍କଠାରୁ ୧୩ ବୋତଲ ବିଦେଶୀ ମଦ ଓ ୬୬ ଲିଟର ଦେଶୀ ମଦ ଜବତ ହୋଇଛି। ଜରୈକେଲାର ଅଭିଯୁକ୍ତ ରାମ ଚରଣ ଢ଼ାବାରେ ଅନୈତିକଭାବେ ବିଦେଶୀ ମଦ ବିକ୍ରି କରୁଥିଲା। ତାଙ୍କୁ କାବୁ କରିବାକୁ ଅବକାରୀ ପୁଲିସ ଦୀର୍ଘ ଦିନ ହଲା ଜାଲ ବିଛାଇଥିବାବେଳେ ଆଜି ଏଥିରେ ସଫଳତା ମିଳିଛି। ଅବକାରୀ ସୁପରିଟେଣ୍ଡେଣ୍ଟ୍ ଶେଖ୍ ଅଶ୍ରଫ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇସନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ଏସ୍ଆଇ ମାନସ ମୁଣ୍ଡା, ଏସ୍ଆଇ ରମାକାନ୍ତ ଚାନ୍ଦଙ୍କ ସମେତ ମୋବାଇଲ ସ୍କ୍ବାଡ୍, ଏପିଆର୍ ଫୋର୍ସ୍ ଚଢ଼ଉରେ ସାମିଲ ଥିଲେ।
୧୩ ବୋତଲ ବିଦେଶୀ ମଦ, ୬୬ ଲିଟର ଦେଶୀ ମଦ ଜବତ, ୪ ଗିରଫ
/sambad/media/post_attachments/wp-content/uploads/2021/10/42bf1872-6759-45d0-bc01-838abdd368a6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)