ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଚାଲିଥିବା ଜାଲ୍ ନୋଟ କାରବାରର ପର୍ଦ୍ଦାଫାସ ହୋଇଛି। ଏହି କାରବାରର ମୁଖ୍ୟ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ କେନ୍ଦୁଭଟା ଗାଁର ବିଶ୍ୱପତି ସାହୁଙ୍କ ସମେତ ଭଗବାନ ମେହେର, ବଳରାମ ମେହେର, ବିନୋଦ ସାହା ଓ ପ୍ରମୋଦ ପ୍ରଧାନଙ୍କୁ ପୁଲିସ ଗରିଫ କରିଛି। ସେମାନଙ୍କ ନିକଟରୁ ଏକ ଲକ୍ଷ ୬ ହଜାର ୬ଶହ ଟଙ୍କା, ଗୋଟିଏ ଲାପଟପ୍, ଗୋଟିଏ ପ୍ରିଣ୍ଟର, ଗୋଟିଏ କାର୍ ଓ ୪ଟି ବାଇକ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ହରଭଙ୍ଗା ବ୍ଲକ୍ ହରେକୃଷ୍ଣପୁର ଗାଁରେ ଜାଲ ଦୁଇଶହ ଟଙ୍କିଆ ନୋଟ ଦେଇ ପ୍ରମୋଦ ପ୍ରଧାନ କିଛି ଜିନିଷ କିଣିବା ସମୟରେ ଧରାପଡ଼ିଥିଲେ। ରାମ୍ଭିକଟାର ପ୍ରଭାତ ଡାଳୁଆ ଏନେଇ ବୌଦ୍ଧ ଥାନାରେ ଗତ ୨ ତାରିଖରେ ଦିନ ଏତାଲା ଦେଇଥିଲେ।
ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ
/sambad/media/post_attachments/wp-content/uploads/2018/04/SBPHO17-Boudh-jal-note.jpg)